Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ଘଟଣା; ସହରରେ ୧୬୩ ଧାରା ଲାଗୁ ହେବା ସହିତ ଇଣ୍ଟରନେଟ ସେବା ଉପରେ ଲଗାଯାଇଛି କଟକଣା

ସୁନ୍ଦରଗଡ଼,୧୬|୧: ସୁନ୍ଦରଗଡ଼ରେ ଗୋଷ୍ଠୀ ସଂଘର୍ଷ ଘଟଣା । ପ୍ରଶାସନ ପକ୍ଷରୁ ନିଆଯାଇଛି କଠୋର ପଦକ୍ଷେପ | ଇଣ୍ଟରନେଟ ସେବା ଉପରେ ଲଗାଯାଇଛି କଟକଣା | ସ୍ଥିତି ସ୍ୱାଭାବିକ କରିବାକୁ ଶାନ୍ତି କମିଟି ବୈଠକ ଡକାଯିବ । ସ୍ୱାଭାବିକ ହେଲେ ଧୀରେ ଧୀରେ କଟକଣା ଉଠିବ । ଏନେଇ ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ଶୁଭଙ୍କର ମହାପାତ୍ର । ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁଁ ଭୟଙ୍କର ଉତ୍ତେଜନା ଦେଖାଦେଇଛି । ଘଟଣାରେ ୪ପୁଲିସ କର୍ମୀଙ୍କ ସମେତ ୧୨ ଜଣ ଆହତ ହୋଇଛନ୍ତି ବୋଲି ସୂଚନା ରହିଛି।

ତେବେ ହିଂସାକାଣ୍ଡ ଓ ଉତ୍ତେଜନାକୁ ଆୟତ୍ତ କରିବାକୁ ସହରରେ ୧୬୩ ଧାରା ବଳବତ୍ତର ରହିଥିଲା ବେଳେ ଇଣ୍ଟରନେଟ୍ ସେବା ଉପରେ କଟକଣା ଲଗାଯାଇଛି । ସୂଚନାଯୋଗ୍ୟ, ଆଜି ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼ ସହରରେ ଇଣ୍ଟରନେଟ ସେବାକୁ ଅବ୍ୟାହତ ରଖାଯାଇଛି | ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସହର ଏବଂ ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି । କୌଣସି ଏକ ଗୁଜବକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା | ଏବଂ ଏହା ପରେ ହିଂସାର ରୂପ ନେଇଥିଲା ।

ସୂଚନା ଅନୁସାରେ, ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଯୋଗୁଁ ଭୟଙ୍କର ସ୍ଥିତି ଉପୁଜିଛି । ଘଟଣାରେ ୪ ପୁଲିସ କର୍ମୀଙ୍କ ସମେତ ୧୨ ଆହତ ହୋଇଛନ୍ତି । ହିଂସାକାଣ୍ଡ ଓ ଉତ୍ତେଜନାକୁ କାବୁ କରିବା ପାଇଁ ସହରରେ ୧୬୩ ଧାରା ଲାଗୁ କରାଯାଇଛି | ଇଣ୍ଟରନେଟ୍ ସେବା ଉପରେ ଲଗାଯାଇଛି କଟକଣା । ଉତ୍ତେଜନାକୁ ଦୃଷ୍ଟିରେ ରଖି ସୁନ୍ଦରଗଡ଼ ସହର ଓ ଏହାର ଆଖପାଖ ଅଞ୍ଚଳର ସମସ୍ତ ସରକାରୀ ବେସରକାରୀ ସ୍କୁଲ ଓ କଲେଜ ଗୁଡିକ ମଧ୍ୟ ଆଜି ବନ୍ଦ ରହିଛି । କୌଣସି ଏକ ଗୁଜବକୁ ନେଇ ସୁନ୍ଦରଗଡ଼ ଜିଲ୍ଲାର ରିଜେଣ୍ଟ ମାର୍କେଟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାହା ପରେ ହିଂସାର ରୂପ ନେଇଥିଲା। ଏହି ଘଟଣାରେ, ପଶ୍ଚିମାଞ୍ଚଳ ଡିଆଇଜି, ଏସପି, ଅତିରିକ୍ତ ଜିଲ୍ଲାପାଳ ଏବଂ ଉପ ଜିଲ୍ଲାପାଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ