ମାଘ ମେଳାର ପୁଣ୍ୟ ଅବସରରେ ସଙ୍ଗମ ନିକଟରେ ଦେଖାଦେଲା ଉତ୍ତେଜନା; ବୁଡ଼ ନ ପକାଇ ଫେରିଲେ ସ୍ୱାମୀ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ
ପ୍ରୟାଗରାଜ,୧୯|୧: ମାଘ ମେଳାର ପୁଣ୍ୟ ଅବସରରେ ସଙ୍ଗମରେ ଲକ୍ଷାଧିକ ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥିଲା | ମାଘମେଳାରେ ବୁଡ଼ ପକାଇବାର ଏକ ବିଶେଷ ପରମ୍ପରା ରହିଛି | ପୌରାଣିକ ଅନୁସାରେ, ମାଘ ମେଳାରେ ସଙ୍ଗମରେ ବୁଡ଼ ପକାଇଲେ ଅଜସ୍ର ପୁଣ୍ୟ ମିଳିଥାଏ | କିନ୍ତୁ ସେହି ଧାର୍ମିକ ପରିବେଶରେ ଆଜି ଅଶାନ୍ତିର ବାତାବରଣ ଦେଖିବାକୁ ମିଳିଛି |
ସୂଚନା ଅନୁସାରେ, ଗତ ରବିବାର ମାଘ ମେଳା ପରିସରରେ ଜ୍ୟୋତିର୍ମଠ (ଜ୍ୟୋତିଷ ପୀଠ)ର ମୁଖ୍ୟ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ପ୍ରାୟ ୨୦୦ ଅନୁଗାମୀ ଏବଂ ପୋଲିସ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା | ଏବଂ ଏହା ପରେ ଉତ୍ତେଜନାର ରୂପ ନେଇଥିଲା | ପ୍ରାୟ ତିନି ଘଣ୍ଟାରୁ ଅଧିକ ସମୟ ଧରି ଏହି ଉତ୍ତେଜନା ପ୍ରକାଶ ପାଇଥିଲା। ସୂଚନା ମୁତାବକ, ଯେତେବେଳେ ଅନୁଗାମୀମାନେ ସ୍ୱାମୀଜୀଙ୍କ ରଥ (ପାଲକି)କୁ ସଙ୍ଗମ ଅଭିମୁଖେ ନେବାକୁ ଚେଷ୍ଟା କରିଥିଲେ, ସେତେବଳେ ସେମାନଙ୍କୁ ଅଟକାଇ ଯାଇଥିଲା | ଏହାପରେ ବିବାଦ ଆରମ୍ଭ ହୋଇଥିଲା। ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ଅନୁଯାୟୀ, “ସ୍ୱାମୀ ଜୀ, ପ୍ରାୟ ୨୦୦ ଅନୁଗାମୀଙ୍କ ସହିତ ଏକ ରଥ (ପାଲକି) ରେ ବସି ସଙ୍ଗମ ନୋଜ୍ ଆଡକୁ ଯିବାକୁ ଚେଷ୍ଟା କରୁଥିଲେ | ଯେତେବେଳେ ପୋଲିସ ତାଙ୍କୁ ଅଟକାଇଲା, ସେ ବହୁତ ସମୟ ପର୍ଯ୍ୟନ୍ତ ରାସ୍ତାରେ ରହିଥିଲେ | ଯାହା ଫଳରେ ପରିଚାଳନାରେ ସମସ୍ୟା ସୃଷ୍ଟି ହୋଇଥିଲା |
ମୌନୀ ଅମାବାସ୍ୟା ଅବସରରେ ସଙ୍ଗମ ନୋଜ୍ ନିକଟରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ଭିଡ ଜମିଥିଲା | ଏହି ସମୟରେ ସ୍ୱାମୀ ଜୀ, ତାଙ୍କ ଅନୁଗାମୀମାନଙ୍କ ସହିତ ପ୍ରଥମେ ନିୟମର ଉଲଂଘନ କରିଥିଲେ | ଏବଂ ରାସ୍ତାରେ ଗଣ୍ଡଗୋଳ ଆରମ୍ଭ କରିଥିଲେ। ” ସେ ଦାବି କରିଥିଲେ ଯେ ପୋଲିସ ସ୍ୱାମୀ ଜୀ ଏବଂ ତାଙ୍କ ଅନୁଗାମୀମାନଙ୍କୁ ବାରମ୍ବାର ଅନୁରୋଧ କରିଥିଲା, କାରଣ ଏପରି କୌଣସି ଶୋଭାଯାତ୍ରା କିମ୍ବା ପାଲକିର ପୂର୍ବରୁ ଅନୁମତି ଦିଆଯାଇନାହିଁ | ତଥାପି, ସ୍ୱାମୀ ଏବଂ ତାଙ୍କ ଅନୁଗାମୀମାନେ ପାଲିକି ନେବା ପାଇଁ ଦୃଢ଼ ଥିଲେ। ଭିଡ଼କୁ ଦୃଷ୍ଟିରେ ରଖି, ସଙ୍ଗମ ନିକଟରେ କୌଣସି ଭିଆଇପି ଗତିବିଧି ମଧ୍ୟ ନଥିଲା। ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ କ୍ରୋଧିତ ଅନୁଗାମୀ ମାନେ ପୋଲିସ ସହିତ ଯୁକ୍ତିତର୍କ କରିବା ସହିତ ଏବଂ କଠୋର ବ୍ୟବହାର କରିଥିଲେ | ଯାହା ଫଳରେ ଉତ୍ତେଜନା ଆହୁରି ତୀବ୍ର ହୋଇଥିଲା |
ପୋଲିସ ଅନୁଯାୟୀ, ନୋ-ଯାନ-ଜୋନ୍ ନୀତି ଯୋଗୁଁ କ୍ୟାମ୍ପସ ଭିତରକୁ କୌଣସି ଯାନ, ଚୌକି କିମ୍ବା ଶୋଭା ଯାତ୍ରା ବାହାରକୁ ନେବା ପାଇଁ ଅନୁମତି ନାହିଁ। ପୋଲିସ ମଧ୍ୟ ଅନୁଗାମୀମାନଙ୍କୁ ପ୍ରବଳ ଭିଡ଼ର ବିଷୟରେ ଅବଗତ କରାଇଥିଲେ | ଏବଂ ଶୃଙ୍ଖଳିତ ଭାବେ ଯିବାକୁ ଅନୁରୋଧ ମଧ୍ୟ କରିଥିଲେ | କିନ୍ତୁ ସ୍ୱାମୀ ଅଭିମୁକ୍ତେଶ୍ୱରାନନ୍ଦଙ୍କ ଅନୁଗାମୀମାନେ ତ୍ରିବେଣୀ ରୋଡରେ ଥିବା ତାଙ୍କ ଶିବିରରୁ ସଙ୍ଗମ ଆଡକୁ ଚୌକି ନେବାକୁ ଜିଦ୍ ଧରିଥିଲେ। ପୋଲିସ ଏହି ଯାତ୍ରାକୁ ଅଟକାଇବା ସହିତ ଅନୁଗାମୀମାନଙ୍କୁ ରାସ୍ତାରୁ ହଟାଇ ଦେଇଥିଲେ। ଯାହାଫଳରେ ସ୍ୱାମୀ ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ ପବିତ୍ର ସ୍ନାନ ନକରି ଫେରି ଆସିଥିଲେ।

