ବୌଦ୍ଧ ଜିଲ୍ଲା ତେଲିବନ୍ଧ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ
ବୌଦ୍ଧ,୨୦।୧ : ମର୍ମନ୍ତୁଦ ଦୁର୍ଘଟଣା । ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ | ବୌଦ୍ଧ ଜିଲ୍ଲା ତେଲିବନ୍ଧ ନିକଟରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି | ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁସାରେ, ଭୁବନେଶ୍ୱରରୁ ବଲାଙ୍ଗୀର ଅଭିମୁଖେ ଯାଉଥିଲା ଏକ କାର୍ । ହଠାତ୍ ତେଲିବନ୍ଧ ନିକଟରେ ପଛପଟୁ ଏକ ଅଜଣା ଗାଡ଼ି ଆସି କାରକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଅଜଣା ଗାଡିଟି କାର୍ କୁ କିଛି ବାଟ ଘୋଷାରି ନେଇଥିଲା । ଏଥିରେ କାର୍ ରେ ଥିବା ଦୁଇ ଜଣ ଚେତାଶୂନ୍ୟ ଅବସ୍ଥାରେ ପଡିଥିଲେ । ତେବେ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହିତ ଦୁଇ ଜଣଙ୍କୁ ନିକଟସ୍ଥ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲା | କିନ୍ତୁ ପରେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଛନ୍ତି । ଏବେ ଯାଏଁ ମୃତକଙ୍କ ପରିଚୟ ମିଳିପାରିନାହିଁ ।

