Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସନ୍ତା ଜାନୁଆରି୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା; ଫେବୃଆରୀ ୫ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ୱର,୨୦|୧: ଆସନ୍ତା ଜାନୁଆରି ୨୬ରେ ଆରମ୍ଭ ହେବ ଆଦିବାସୀ ମେଳା | ଫ୍ରେବୃଆରି ୫ ପର୍ଯ୍ୟନ୍ତ ଚାଲିବ | ଭୁବନେଶ୍ୱର ସ୍ଥିତ ପ୍ରଦର୍ଶନୀ ପଡିଆରେ ହେବ ମେଳା | ଏନେଇ ପ୍ରସ୍ତୁତି ଜୋର ସୋରରେ ଚାଲିଛି | କେଉଁଠି ଆଦିବାସୀ ମାନଙ୍କ ଘର ଭଳି ଚାଳ ଘର ଛପର ହେଲାଣି ତ ଆଉ କେଉଁ ଘରକୁ ନାଲି ମାଟିରେ ଲିପାହେଲାଣି । ଲୋକଙ୍କୁ ଆଦିବାସୀଙ୍କ ପରମ୍ପରା ଏବଂ ସଂସ୍କୃତିକୁ ଆକର୍ଷିତ କରିବାକୁ ପ୍ରସ୍ତୁତି ଚାଲିଛି |

ଜାନୁଆରି୨୬ରୁ ଆରମ୍ଭ ହେବ ଆଦିବାସୀ ମେଳା | ଅପରାହ୍ନ ୨ଟା ୩୦ରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ବୁଲି ହେବ । ଆଦିବାସୀ ହାଟ, ଆଦିବାସୀ କଳାକୃତି ଓ ହସ୍ତଶିଳ୍ପକୁ ନେଇ ସମନ୍ୱିତ ଉନ୍ନୟନ ସଂସ୍ଥାକୁ ୨୩, ମ୍ୟାନେଜ୍‌ମେଣ୍ଟ ପ୍ଲାନ ଅଞ୍ଚଳ ଏବଂ ସରକାରୀ ସଂସ୍ଥାକୁ ୨୦ଟି ଷ୍ଟଲ ପ୍ରଦାନ କରାଯାଇଛି । ଏଥର ୧୦ଟି ଆଦିବାସୀ ମଡେଲ ଗାଁ ପ୍ରସ୍ତୁତ କରାଯିବା ନେଇ ସୂଚନା ରହିଛି । ଯେଉଁଥିରେ ସେମାନଙ୍କ ଜୀବନଶୈଳୀ, ସଂସ୍କୃତି ସମେତ ସରକାରଙ୍କ ବିଭିନ୍ନ ଉନ୍ନତିମୂଳକ ପଦକ୍ଷେପ ପ୍ରଦର୍ଶନ କରାଯିବ ।

ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ପ୍ରାୟ ୬୦ରୁ ଅଧିକ ଆଦିବାସୀ ବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଭୁବନେଶ୍ୱର ସ୍ଥିତ ଆଦିବାସୀ ପଡିଆରେ ଆଦିବାସୀ ମେଳା ଅନୁଷ୍ଠିତ ହୋଇଥାଏ | ଓଡ଼ିଶା ସରକାରଙ୍କ “ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ’ ପକ୍ଷରୁ ଏହି ମେଳା ଅନୁଷ୍ଠିତ ହୋଇଥାଏ | ଆଦିବାସୀ ମେଳାର ମୁଖ୍ୟ ଲକ୍ଷ୍ୟ ହେଉଛି – ଆଦିବାସୀଙ୍କର ହସ୍ତଶିଳ୍ପ, କଳାକୃତ୍ତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ସଂଗୃହିତ ଜଙ୍ଗଲଜାତ ଦ୍ରବ୍ୟଗୁଡିକୁ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ସୁଯୋଗ ସୃଷ୍ଟି କରିବା । ମେଳା ପରିସରରେ କିଣା ବିକା ସହିତ ଲୋକମାନଙ୍କ ମନୋରଞ୍ଜନ କରିବା ପାଇଁ ଆଦିବାସୀ ନୃତ୍ୟ କାର୍ଯ୍ୟକ୍ରମ ରହିଛି | ଯାହା ସନ୍ଧ୍ୟା ୬ଟା ୩୦ରୁ ଆରମ୍ଭ ହୋଇ ୮ଟା ୩୦ ପର୍ଯ୍ୟନ୍ତ ଚାଲିବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories