Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

‘ସିଂହବାହିନୀ’ ପକ୍ଷରୁ ଯାତ୍ରା ମଞ୍ଚରେ ଅଭିନୟ କରିବେ ପୀୟୂଷ ତ୍ରିପାଠୀ; ଅନୁମତି ଦେଲେ ଭୁବନେଶ୍ବର ସିଭିଲ ଜଜ୍

ଭୁବନେଶ୍ବର,୨୦|୧: ପୁଣିଥରେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିବେ ଯାତ୍ରା ଜଗତର ଚର୍ଚ୍ଚିତ ଅଭିନେତା ପୀୟୂଷ ତ୍ରିପାଠୀ | ଏନେଇ ମିଳିଲା ଅନୁମତି | ଅନୁମତି ଦେଲେ ଭୁବନେଶ୍ବର ସିଭିଲ ଜଜ୍ | ଗତ କିଛିଦିନ ତଳେ ପୀୟୂଷଙ୍କ ମଞ୍ଚ ଚଢ଼ିବାକୁ ନେଇ ବାରଣ ହୋଇଥିଲା | ଯାତ୍ରା ପାର୍ଟି ସହ ଚୁକ୍ତି ଖିଲାପକୁ ନେଇ ଉପୁଜିଥବା ବିବାଦର ଫଇସଲା ହୋଇଛି | ଏହି ମାମଲାରେ ରାୟ ଶୁଣାଇଛନ୍ତି ଭୁବନେଶ୍ବର ସିଭିଲ କୋର୍ଟ | ମାମଲାର ରାୟ ଶୁଣାଇ ପୀୟୂଷଙ୍କୁ ଯାତ୍ରା ‘ସିଂହବାହିନୀ’ ପକ୍ଷରୁ ଅଭିନୟ କରିବାକୁ ଅନୁମତି ଦେଇଛନ୍ତି। ଆଉ ଏବେ କୋର୍ଟଙ୍କ ଏହି ରାୟ ପରେ ପୀୟୂଷଙ୍କର ଖଣ୍ଡଗିରିରେ ମଞ୍ଚ ଚଢ଼ିବା ସ୍ପଷ୍ଟ ହୋଇଛି। ଏଖବର ଆସିବା ପରେ ପୀୟୂଷଙ୍କ ଫ୍ୟାନ୍‌ଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି |

ଆଗକୁ ଆସୁଛି ଖଣ୍ଡଗିରି କୁମ୍ଭ ମେଳା | ଏଥିରେ ଯାତ୍ରା ପାର୍ଟି ‘ସିଂହବାହିନୀ’ ପକ୍ଷରୁ ମଞ୍ଚ ଚଢି ପୁଣି ଥରେ ଦର୍ଶକଙ୍କ ମନ କିଣିପାରିବେ ବୋଲି ଅନୁମାନ କରାଯାଉଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories