ଚକାବର କ୍ଳଷ୍ଟର ରେ ତ୍ରିଦିବସୀୟ TLM କର୍ମଶାଳା ସଫଳତା ର ସହ ଅନୁଷ୍ଠିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଚକାବର କ୍ଲଷ୍ଟର ଅନ୍ତର୍ଗତ ବାଘମାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ ତ୍ରିଦିବସୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତି କର୍ମଶାଳା (TLM Workshop) ତାରିଖ ୧୯/୦୧/୨୦୨୬ ରୁ ୨୧/୦୧/୨୦୨୬ ପର୍ଯ୍ୟନ୍ତ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳା ଚକାବର କ୍ଲଷ୍ଟର CRCC ନାରାୟଣ ବେହେରାଙ୍କ ତତ୍ତ୍ୱାବଧାନରେ ଏବଂ ବାଘମାରୀ ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୋମନାଥ ମିଶ୍ରଙ୍କ ସହଯୋଗରେ ଆୟୋଜିତ ହୋଇଥିଲା ।କର୍ମଶାଳାର ପ୍ରଧାନ ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ପାଠପଢାକୁ ଅଧିକ ସହଜ, ସରଳ ଓ ଆମୋଦଦାୟକ କରି ଶ୍ରେଣୀଗୃହ ଶିକ୍ଷାଦାନକୁ ଅଧିକ ପ୍ରଭାବଶାଳୀ କରିବା ।ଚକାବର କ୍ଲଷ୍ଟର ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ଅଦରକାରୀ ଓ ପୁନଃବ୍ୟବହାରଯୋଗ୍ୟ ସାମଗ୍ରୀ ବ୍ୟବହାର କରି ବିଭିନ୍ନ ପ୍ରକାରର ଆକର୍ଷଣୀୟ ଓ ସୃଜନାତ୍ମକ ଶୈକ୍ଷିକ ମଡେଲ୍ ପ୍ରସ୍ତୁତ କରିଥିଲେ। ଏହି ସୃଜନଶୀଳ ପ୍ରୟାସ ନିଶ୍ଚିତ ଭାବେ ଛାତ୍ରଛାତ୍ରୀଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବା ସହ ଶ୍ରେଣୀଗୃହ ଶିକ୍ଷାଦାନକୁ ଏକ ନୂଆ , ଆନନ୍ଦମୟ ଓ ନବୀନ ରୂପ ଦେବ ବୋଲି ସମସ୍ତେ ମତ ପ୍ରକାଶ କରିଥିଲେ।

