Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧ୍ୟାପକ ଉଦ୍ଭବ ପଧାନ ଙ୍କୁ ଶ୍ରେଷ୍ଠ ନାଗରିକ ସମ୍ମାନ

ଉଲୁଣ୍ଡା :
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ସ୍ଥିତ ମାଁ ଉମାଦେବୀ ଅଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଆଇଟି ଅଧ୍ୟାପକ ତଥା ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଯୁବ ରେଡକ୍ରସ କାଉନସେଲର ଉଦ୍ଧବ ପଧାନଙ୍କୁ ଶ୍ରେଷ୍ଠ ନାଗରିକ ସମ୍ମାନରେ ସମ୍ମାନିତ କରାଯାଇଛି। ହେପି ମୋମେଣ୍ଟ ଇଣ୍ଡିଆ ଆନୁକୂଲ୍ୟରେ କୋରାପୁଟ ଜିଲ୍ଲା ସ୍ଥିତ ହୋଟେଲ ହେଲୋ ଜୟପୁର ଠାରେ ଜାତୀୟ ସ୍ତର ସମ୍ମିଳନୀ ଏବଂ “ଶ୍ରେଷ୍ଠ ନାଗରିକ ପୁରସ୍କାର-2026” ସମ୍ମାନ ସମାରୋହ ଅନୁଷ୍ଠିତ ହୋଇଥିଲା | ଅଧ୍ୟାପକ ଶ୍ରୀପଧାନଙ୍କୁ ଶିକ୍ଷା,ସମାଜ ସେବା, ଅନ୍ଧବିଶ୍ବାସ ଉପରେ ସଚେତନତା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମୁଖ୍ୟଅତିଥି ବି.ବି. ମହାପାତ୍ର, କର ଓ ବାଣିଜ୍ୟ ବିଶେଷଜ୍ଞ, ପୂର୍ବତନ କେନ୍ଦ୍ରୀୟ କର ଆୟୁକ୍ତ, ସମ୍ମାନିତ ଅତିଥି ଭାବେ ଡ଼ା. ଜ୍ୟୋତ୍ସ୍ନାରାନୀ ପଣ୍ଡା, ଶିକ୍ଷାବିତ ଓ ସାମାଜିକ କର୍ମୀ, ପି. ରମେଶ ପଟ୍ଟନାୟକ, ଉଚ୍ଚ ନ୍ୟାୟାଳୟ, କଟକ, ଜୟନ୍ତ ସାୟନ୍ତ୍ରା ସିନେ ଆର୍ଟିଷ୍ଟ, ଡ଼. ଜଗଦୀଶ ବେହରା ପ୍ରମୁଖ ଉପସ୍ଥିତ ରହି ମାନପତ୍ର, ଉପଢୌକନ ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ । ଦେଶ ର ବିଭିନ୍ନ ରାଜ୍ୟ ରୁ ଶିକ୍ଷା, ସେବା, କଳା, ସ୍ଵାସ୍ଥ୍ୟ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପ୍ରତିଭାଙ୍କୁ ସମର୍ଦ୍ଧିତ କରାଯାଇଥିଲା I ସମାରୋହକୁ ବିଶିଷ୍ଟ ଶିଳ୍ପୀ ଅଶୋକ ମହାରଣା ପରିଚାଳନା କରିଥିବା ବେଳେ ସଂସ୍ଥାପକ ତଥା ଅଧ୍ୟକ୍ଷ ଡ଼.ରାଜେନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ