Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କନ୍ୟା ସନ୍ତାନ ଜନ୍ମ ହେବାରୁ ବୋହୂକୁ ପୋଡ଼ି ମାରିଦେବାକୁ ଉଦ୍ୟମ କଲେ ଶଶୁର!

ପଟ୍ଟାମୁଣ୍ଡାଇ,୨୩|୧: କୁହନ୍ତି ଝିଅ ଘରର ଲକ୍ଷ୍ମୀ | ଘରେ କନ୍ୟା ସନ୍ତାନ ଜନ୍ମ ହେଲେ ଘରକୁ ଲକ୍ଷ୍ମୀ ଆସିଲା ବୋଲି କୁହାଯାଏ | ଆଜିର ସମାଜରେ ଝିଅ ଏବଂ ପୁଅଙ୍କ ଜାଗା ସମାନ ବୋଲି ଧରାଯାଏ | ସରକାର ମଧ୍ୟ ଏ କ୍ଷେତ୍ରରେ ଝିଅ ମାନଙ୍କୁ ଆଗକୁ ବଢିବାକୁ ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି | କିନ୍ତୁ ପ୍ରକୃତରେ କଣ ଝିଅ ପୁଅଙ୍କ ସହିତ ସମାନ | ଝିଅମାନଙ୍କୁ ପୁଅଙ୍କ ଭଳି ଏ ସମାଜରେ ସମ୍ମାନ ମିଳୁଛି? ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡା ଜିଲ୍ଲାରେ | କେନ୍ଦ୍ରାପଡ଼ା ଜିଲ୍ଲାପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଡାମରପୁର ଗ୍ରାମରେ ଏଭଳି ଏକ ଘଟଣା ଘଟିଛି । ଯେଉଁଠି ଝିଅ ହେବାରୁ ବୋହୂକୁ ପୋଡ଼ି ମାରିଦେବାକୁ ଉଦ୍ୟମ କରାଯାଇଛି। ଘଟଣାରେ ବୋହୂ ଓ ନାତୁଣୀ ଅଳ୍ପକେ ବଞ୍ଚି ଯାଇଛନ୍ତି।

ସୂଚନା ଅନୁସାରେ, ଗତକାଲି ଅଧ ରାତିରେ ବୋହୂ ଶୋଇଥିବା ସମୟରେ ଶଶୁର ଗାଁ ଛକରୁ ଏକ ଲିଟର ପେଟ୍ରୋଲ କିଣି ଆଣି ବିଛଣାରେ ଢାଳି ନିଆଁ ଲଗେଇ ଦେଇଥିଲେ। ଏହି ଘଟଣାରେ ଘର ଭିତରେ ଥିବା ସମସ୍ତ ଆସବାପତ୍ର ପୋଡ଼ି ଯାଇଥିବା ବେଳେ ବୋହୂ ଖସି ଆସି ରାତିଯାକ ବାହାରେ ସମୟ କାଟିଥିଲେ।

ସୂଚନାଯୋଗ୍ୟ, ଗତ ୮ ବର୍ଷ ତଳେ ନିଶ୍ଚିନ୍ତ କୋଇଲି ବାଲିପଡ଼ା ଗାଁର ସସ୍ମିତା ଦାସ ପଟ୍ଟାମୁଣ୍ଡାଇ ଡାମରପୁର ଗାଁର ସୁଶାନ୍ତ ରାୟ ନାମକ ଯୁବକଙ୍କୁ ବିବାହ କରିଥିଲେ। ତେବେ ଏହି ବିବାହରୁ ସୁଶାନ୍ତଙ୍କ ପ୍ରଥମ ପତ୍ନୀଙ୍କର ଦୁଇଟି ଝିଅ ହୋଇଥିଲା। ଏବେ ଦ୍ଵିତୀୟ ପତ୍ନୀଙ୍କର ଆଉ ଗୋଟିଏ ଝିଅ ହେବାରୁ ତାଙ୍କୁ ବହୁବାର ଶାଶୂ, ଶ୍ବଶୁର, ସ୍ୱାମୀ ସମସ୍ତ ମିଶି ଶାରୀରିକ ଓ ମାନସିକ ସ୍ତରରେ ନିର୍ଯାତନା ଦେଇ ଆସୁଥିଲେ। ଆଉ ଏବେ ଶେଷରେ ପୋଡି ଜୀବନରେ ମାରି ଦେବାକୁ ମଧ୍ୟ ପଛାଇଲେ ନାହିଁ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories