ଉଲୁଣ୍ଡା ସରସ୍ଵତୀ ଶିଶୁ ମନ୍ଦିର ରେ ସରସ୍ଵତୀ ପୂଜା ଓ ସମର୍ପଣ ଦିବସ ପାଳିତ
ଉଲୁଣ୍ଡା : ସୁବର୍ଣ୍ଣୁପୁର ଜିଲ୍ଲା ଉଲୁଣ୍ଡା ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗର ତତ୍ତ୍ବ।ବଧାନରେ ଆଜି ସାମୂହିକ ସରସ୍ଵତୀ ପୂଜା ଓ ସମର୍ପଣ ଦିବସ ଅବସରରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ପାଳିତ ହୋଇଯାଇଛି। ସରସ୍ୱତୀ ପୂଜା ପରେ ଶିଶୁ ଉଦୟ ଶ୍ରେଣୀ ର ବିଦ୍ୟାରଂଭ ସଂସ୍କାର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା । ନୂତନ ଭାବରେ 50ଜଣ ଛାତ୍ର ଛାତ୍ରୀ ଙ୍କୁ ଖଡ଼ି ଛୁଆଁ ହେବା ସହ ବିଦ୍ୟାଳୟର ଅଭିଭାବକ ଓ ଅଭିଭାବିକl ପରିଚାଳନା ସମିତି, ପୂର୍ବତନ ଗୁରୁଜୀ ଗୁରୁମାଙ୍କ ଦ୍ଵାରା ସମର୍ପଣ ଦିବସ ପାଳିତ ହୋଇଥିଲା । ଏହି ସମର୍ପଣ ଦିବସରେ ସମସ୍ତ ଅଭିଭାବକ ବିଦ୍ୟାଳୟ ଉନ୍ନତି ପାଇଁ ଗୋଟିଏ ଲେଖାଏଁ ଚୌକି ଶ୍ରଦ୍ଧା ସହିତ ସମର୍ପଣ କରିଥିଲେ। ତା’ ପରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏ ଙ୍କ ଜୟନ୍ତୀ ପାଳିତ ହୋଇଥିଲା। ଏହି ଅବସରରେ ମୁଖ୍ୟ ଅତିଥି ପର୍ଯ୍ୟାବରଣ ଗତିବିଧି ବଲାଙ୍ଗୀର ବିଭାଗ ସଂଯୋଜକ ଧର୍ମନିରଞ୍ଜନ ପଣ୍ଡା, ସମ୍ମାନିତ ଅତିଥି ଯୋଗଗୁରୁ ଡ.ହୃଷୀକେଶ ଦେହେରି, ବିଜେପି ଉଲୁଣ୍ଡା ମେଟାକାନି ମଣ୍ଡଳ ସଭାପତି ମୁକ୍ରୁ କୁମାର୍ ବାଘ ଯୋଗ ଦେଇଥିଲେ। ଏହି କାର୍ଯକ୍ରମ ପରେ ସାମୂହିକ ଭାବେ ସମସ୍ତେ ପ୍ରସାଦ ସେବନ କରିଥିଲେ। ସମସ୍ତ ଗୁରୁଜୀ ଗୁରୁମା,ସେବକ ସେବିକା ସମ୍ପୂର୍ଣ୍ଣ ସହଯୋଗ କରିଥିଲେ। ଶେଷରେ ବିଦ୍ୟାଳୟର ଉନ୍ନୟନ ସଭ୍ୟ ତଥାଗତ ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

