Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବଳିପାଲି ଛକ ନିକଟରେ ଅଜଣା ଗାଡି ଧକ୍କାରେ ଯୁବ କ୍ରିକେଟ ଖେଳାଳି ଙ୍କ ମୃତ୍ୟୁ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହରିହର ଯୋର ଫାଣ୍ଡି ଅନ୍ତର୍ଗତ ବଲିପାଲି ଛକ ନିକଟ ରେ ଅଜଣା ଗାଡ଼ି ଧକ୍କା ରେ ଯୁବ କ୍ରିକେଟ ଖେଳାଳି ଙ୍କ ମୃତ୍ୟୁ ହୋଇଛି l ସୂଚନା ଅନୁସାରେ ମୃତ ଖେଳାଳି ଜଣକ ଏହି ଥାନା ଅନ୍ତର୍ଗତ କେନଝରିଆ ପାଲି ପଞ୍ଚାୟତ ତେଲିପାଲି ଗାଁ ରେ ବିଘ୍ନରାଜ ଦଣ୍ଡସେନା ଙ୍କ ସାନ ପୁଅ ଆଶିଷ ଦଣ୍ଡସେନା (୨୨) ବୋଲି ଜଣାଯାଇଛି l ତାଙ୍କ ବଡ ଭାଇ ପ୍ରକାଶ ଙ୍କ ଅଭିଯୋଗ ଅନୁସାରେ ସେ ଶୁକ୍ରବାର କୌଣସି କାମ ରେ ବଳୀପାଲି ଛକ ଦେଇ ନିଜ ଗାଁ ତେଲିପଳି କୁ ଫେରୁଥିବା ସମୟ ରେ ଏକ ଅଜଣା ଗାଡ଼ି ଦ୍ରୁତ ଗତି ରେ ଆସି ଆଶିଷ କୁ ପଛ ପଟ ରୁ ଧ୍କକା ଦେଇ ଫେରାର ମାରିଥିଲା l ଧ୍କକା ଯୋଗୁଁ ଆଶିଷ ରାସ୍ତା ରେ ଛିଟିକି ପଡି ରକ୍ତାକ୍ତ ଅବସ୍ଥାରେ ଛଟପଟ ହୋଇ ଘଟଣା ସ୍ଥଳ ରେ ମୃତ୍ୟୁ ହୋଇଯାଇଥିଲା l ତେବେ ସ୍ଥାନୀୟ ଲୋକେ ଦେଖି ବୀରମହାରାଜପୁର ପୁଲିସ କୁ ସୂଚନା ଦେଇଥିଲେ ପୁଲିସ ଘଟଣା ସ୍ଥଳ ରେ ପହଞ୍ଚି ଶବ ଜବତ୍ କରି ପୋଷ୍ଟ ବଟମ ପାଇଁ ପଠେଇଥିଲେ l ଫାଣ୍ଡି ଅଧିକାରୀ ବିଭୁଦେନ୍ଦ୍ର ବରାଳ ଅଧିକ ତଦନ୍ତ ଜାରି ରଖିଥିବା ବେଳେ କେଉଁ ଗାଡ଼ି ଧକ୍କା ଦେଲା ସେନେଇ ତନାଘନା ଚାଲିଥିବା କହିଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ