Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନଝରିଆ ପାଲି ଜ୍ୟୋତି ସ୍ପୋର୍ଟିଂ କ୍ରିକେଟ କ୍ଲବ ର ଚତୁର୍ଥ ଦିବସ ଖେଳରେ ସାମସିଙ୍ଗା ଦଳ ସେମିଫାଇନାଲ ରେ ପ୍ରବେଶ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେନଝରିଆପାଲି ହାଇସ୍କୁଲ ପଡିଆରେ ରେ ଜ୍ୟୋତିସ୍ପୋର୍ଟିଂ କ୍ରିକେଟ କ୍ଲବ ଆନୁକୁଲ୍ୟରେ ୧୯ ତମ କ୍ରିକେଟ କପ୍ ର ଶନିବାର ଚତୁର୍ଥ ଦିବସରେ ମ୍ୟାଚ ର ପ୍ରଥମ ମ୍ୟାଚ୍ ଟି କେନଝିରିଆପାଲି ଓ ଵୀରସିଂହପୁର ମଧ୍ୟରେ ହୋଇଥିଲା। ପ୍ରଥମେ କେନଝିରିଆପାଲି ଦଳ ବ୍ୟlଟିଙ୍ଗ କରି ୮ ଓଭର ରେ ୩ ଉଇକେଟ ହରାଇ ୧୪୧ରନ କରିଥିଲା l ଜବାବ ରେ ଵୀରସିଂହପୁର ଦଳ ୮ ଓଭର ୫ଉଇକେଟ ହରାଇ ୭୧ରନ କରି ପରାସ୍ତ ହୋଇଥିଲା l ଦ୍ୱିତୀୟ ମ୍ୟlଚଟି ସାମସିଙ୍ଗା ଓ ତ୍ରିବଣପୁର ମଧ୍ୟରେ ହୋଇଥିଲା l ପ୍ରଥମେ ତ୍ରିବଣପୁର ଦଳ ବ୍ୟାଟିଂ କରି ୮ ଓଭର ରେ ୬ଉଇକେଟ ହରାଇ ୯୪ରନ କରିଥିଲl ଜବାବ ରେ ସାମସିଙ୍ଗାଦଳ ୪ଓଭର ୫ ଟି ବଳ ରେ ୨ ଉଇକେଟ ହରାଇ ୯୫ରନ କରି ବିଜୟୀ ହୋଇଥିଲା I ପ୍ରଥମ ମ୍ୟାଚ ର ବିଜେତା କେନଝିରିଆପାଲି ଓ ଦ୍ୱିତୀୟ ମ୍ୟାଚ ର ବିଜେତା ସାମସିଙ୍ଗା ମଧ୍ୟରେ ମ୍ୟାଚ ହୋଇଥିଲା I ଏଥିରେ ପ୍ରଥମେ କେନଝିରିଆପାଲି ଦଳ ବ୍ୟାଟିଂ କରି ୬ ଓଭର ରେ ୪ଉଇକେଟ ହରାଇ ୩୮ ରନ କରିଥିଲା I ଜବାବ ରେ ସାମସିଙ୍ଗାଦଳ ୩ଓଭର ୪ ଟି ବଳ ରେ ୨ ଉଇକେଟ ହରାଇ ୪୦ରନ କରି ବିଜୟୀ ହୋଇଥିଲା I ଫଳରେ ସାମସିଙ୍ଗା ଦଳ କେନଝିରିଆପାଲି ଦଳ କୁ ହରାଇ ଚତୁର୍ଥ ଦଳ ଭାବରେ ସେମିଫାଇନାଲ ରେ ପ୍ରବେଶ କରିଛି l ଅଶ୍ୱିନୀ ସାହୁ ଙ୍କ ସଂଯୋଜନା ରେ ପୁରସ୍କାର ବିତରଣୀ ଉତ୍ସବ ରେ କେନଝିରିଆପାଲି ଗ୍ରାମ ପଞ୍ଚାୟତ ର ପୂର୍ବତନ ସମିତି ସଭ୍ୟ ରୁଷଭ ପଧାନ ଓ କମିଟି ର ବରିଷ୍ଠ ଖେଳାଳୀ ବୀରେନ୍ଦ୍ର ପଧାନ ଅତିଥି ଭାବରେ ଯୋଗଦେଇ ସାମସିଙ୍ଗl ଦଳ ର ଉତ୍ତମ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରେ ପୁରସ୍କୃତ କରିଥିଲେ l ଖେଳ କୁ ପରିଚାଳନା ତରଣୀସେନ ପଧାନ , ପ୍ରବୀଣ ଦେହୁରୀ , ବେଣୁଧର ପଧାନ , ସର୍ବେଶ୍ୱର ପଧାନ କରିଥିଲେ I ପିଣ୍ଟୁ ମେଣ୍ଡିଲି, ଆଶୁତୋଷ ପଧାନ.ମିଥୁନ କର୍ଣ୍ଣ ଦୀନବନ୍ଧୁ ନାଏକ ନୟନ କର୍ଣ୍ଣ . ସାବ୍ୟକାନ୍ତ ଦେହୁରୀ ପ୍ରଶାନ୍ତ ପଧାନ ସହଯୋଗ କରିଥିଲେ l ସୁଶାନ୍ତ ମେଣ୍ଡିଲି ନୃପତି ପଧାନ , ଅଭିଷେକ କର୍ଣ୍ଣ , ଗଙ୍ଗାଧର ରଣା ଆମ୍ପାୟର ଓ ସଚୀନ ଦେହୁରୀ ପୂରଥ୍ୱୀରାଜ ମହାକୁର ବେଦ ବ୍ୟାସ କର୍ଣ୍ଣ ସ୍କୋରର ଏବଂ ଝସକେତନ ରଣା ଓ ଇନ୍ଦ୍ରଜିତ ଦାଶ ଧାରାବିରଣୀ ପ୍ରଦାନ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ