Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସହଯୋଗ କରିବାକୁ କେଜ୍ରିଓ୍ଵାଲଙ୍କୁ ଭରସା ଦେଲେ ପାଓ୍ଵାର, କହିଲେ…

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଳୀର ପ୍ରଶାସନିକ ସେବା ଅଧିକାର ନିଜ ହାତରେ ରଖିବା ପାଇଁ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଅରବିନ୍ଦ କେଜ୍ରିଓ୍ଵାଲ ବିରୋଧୀ ଦଳମାନଙ୍କର ସମର୍ଥନ ଲୋଡ଼ିଛନ୍ତି। ଯଦ୍ଵାରା ରାଜ୍ୟସଭାରେ ଅଧ୍ୟାଦେଶ କାଟ୍ ଖାଇଯିବ। ଏହି ପରିପ୍ରେକ୍ଷୀରେ କେଜ୍ରିଓ୍ଵାଲ ଉଦ୍ଧବ ଠାକରେ, ଶରଦ ପାଓ୍ଵାରଙ୍କ ପରି ନେତାଙ୍କୁ ଭେଟିଛନ୍ତି। ଏହା ବ୍ୟତୀତ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଏବଂ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ସେ ଭେଟିବାକୁ ଯାଉଛନ୍ତି।

ଏହା ମଧ୍ୟରେ କେଜ୍ରିଓ୍ଵାଲଙ୍କୁ ସମର୍ଥନ ଦେବେ ବୋଲି କହିଛନ୍ତି ଶରଦ ପାଓ୍ଵାର। ଏପରିକି ଏହି ପ୍ରସଙ୍ଗରେ ବିରୋଧୀମାନଙ୍କୁ ରାଜି କରାଇବେ ବୋଲି ଏନସିପି ପ୍ରମୁଖ କହିଛନ୍ତି। ଅଧ୍ୟାଦେଶ ଗୃହୀତ ପାଇଁ ସଂସଦରେ ଉପସ୍ଥାପନ କରାଯିବ। ବିଜେପିର ସଂଖ୍ୟାବଳ ଥିବାରୁ ଏହା ଲୋକସଭାରେ ପାରିତ ହୋଇଯିବ। କିନ୍ତୁ ବିରୋଧୀଙ୍କୁ ଲାଗୁଛି ଯେ, ରାଜ୍ୟସଭାରେ ଅଧ୍ୟାଦେଶକୁ ରୋକା ଯାଇ ପାରିବ।

ଶରଦ ପାଓ୍ଵାର ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଭରସା ଦେଇଛନ୍ତି ଯେ, ସେ ରାଜ୍ୟସଭାରେ ବିରୋଧୀ ଦଳଗୁଡ଼ିକୁ ଏହି ବିଲ୍ ବିରୋଧରେ ଏକଜୁଟ୍ ହେବା ପାଇଁ ମନାଇବେ। ସେ କଂଗ୍ରେସ ହାଇକମାଣ୍ଡ ଏବଂ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବୋଲି ସଙ୍କେତ ଦେଇଛନ୍ତି। ମୁଁ ଅଣ ବିଜେପି ଦଳମାନଙ୍କ ସହ ଆଲୋଚନା କରିବାର ଦାୟିତ୍ଵ ନେଉଛି ବୋଲି ଶରଦ ପାଓ୍ଵାର କହିଛନ୍ତି।

କେଜ୍ରିଓ୍ଵାଲ୍ ଆଜି ଖଡ଼ଗେ ଏବଂ ରାହୁଲଙ୍କୁ ଭେଟି ପାରନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଜେପି ନିକଟରେ ରାଜ୍ୟସଭାରେ ପୂର୍ଣ୍ଣ ବହୁମତ ନାହିଁ। ଯଦି ସମସ୍ତ ବିରୋଧୀ ଦଳ ଏକଜୁଟ୍ ହୋଇଯାଆନ୍ତି ତେବେ ସଂସଦର ଉଚ୍ଚସଦନରେ ଶାସକ ବିଜେପିକୁ କୌଣସି ବି ବିଲ୍ ପାସ କରାଇବାରେ କଷ୍ଟକର ହେବ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ