Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିମ ଭୋଇ ଜନ୍ମ ଗ୍ରାମ କୁମାରକେଲି ହାଇସ୍କୁଲ 2013 ମାଟ୍ରିକ୍ ବ୍ୟାଚ୍ ଛାତ୍ର ଛାତ୍ରୀ ଙ୍କର ବନ୍ଧୁ ମିଳନ

ବୀରମହାରାଜପୁର :
ଭୀମ ଭୋଇ ଜନ୍ମ ଗ୍ରାମ ହାଇସ୍କୁଲ କୁମାରକେଲି ର ୨୦୧୩ ମାଟ୍ରିକ ବ୍ୟାଚ ର ଛାତ୍ରଛାତ୍ରୀମାନଙ୍କୁ ନେଇ ଉଲୁଣ୍ଡା ନିକଟସ୍ଥ ମାଁ ମେଟାକାନୀ ମନ୍ଦିର ଠାରେ ରବିବାର ଏକ ବନ୍ଧୁମିଳନ ସହିତ ବଣଭୋଜିର ଆୟୋଜନ କରାଯାଇଥିଲା । ସ୍କୁଲ ର ପ୍ରାକ୍ତନ ଛାତ୍ର ରାଜୀବ ଲୋଚନ ପ୍ରଧାନ, ରଣଜିତ ରଣା ଓ ଛାତ୍ରୀ ତୃପ୍ତିମୟୀ ଶତପଥିଙ୍କ ଆହ୍ଵାନ କ୍ରମେ ଉକ୍ତ କାର୍ଯ୍ୟକ୍ରମରେ ୨୩ ଜଣ ଛାତ୍ରୀ,୩୩ ଜଣ ଛାତ୍ରଙ୍କ ସହିତ ମୋଟ ୫୬ ଜଣ ଛାତ୍ର ଛାତ୍ରୀ ସପରିବାର ଅଂଶଗ୍ରହଣ କରିଥିଲେ। ଏକ ବର୍ଣ୍ଣାଢ଼୍ୟ ପରିବେଶରେ ସ୍କୁଲ ର ନିମନ୍ତ୍ରିତ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ମାନଙ୍କୁ ପୁଷ୍ପମାଲ୍ୟ, ଉପଢୌକନ ପ୍ରଦାନ ପୂର୍ବକ ପାଛୋଟି ନେଇଥିଲେ। ପ୍ରାକ୍ତନ ଛାତ୍ର ସୁଶୀଳ କୁମାର ପ୍ରଧାନଙ୍କ ସଂଯୋଜନା ରେ ଅନୁଷ୍ଠିତ ସଭାରେ ଛାତ୍ରଛାତ୍ରୀ ମାନେ ସ୍କୁଲ ଜୀବନ ର ସ୍ମୃତି ଚାରଣ ସହିତ ସେହି ସମୟରେ ଗୁରୁ ଶିଷ୍ୟ ସମ୍ପର୍କ ଓ ଅଧୁନା ସମ୍ପର୍କ ର ଏକ ତୁଳନାତ୍ମକ ଚର୍ଚ୍ଚା ରେ ଅଂଶଗ୍ରହଣ କରି ନିଜସ୍ଵ ମତ ଉପସ୍ଥାପନ କରିଥିଲେ। ଶିକ୍ଷକ ମନରୁଚି ଭୋଇ, ଜୟରାମ ତ୍ରିପାଠୀ, ବାଚସ୍ପତି ପଣ୍ଡା, ଜୟ କିଶାନ ଶର୍ମା, ରଞ୍ଜନ ପ୍ରଧାନ, ଇନ୍ଦ୍ରମଣି ପ୍ରଧାନ, ବରୁଣ ବେହେରା, ବୃଷଭ ସାହୁ ନିଜର ବକ୍ତବ୍ୟ ରଖି ଆଜିର ଏହି ବ୍ୟସ୍ତବହୁଳ ଜୀବନରୁ ସ୍ଵତନ୍ତ୍ର ସମୟ ବାହାର କରି ଏହିପରି ଏକ ନିଆରା କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ଭୂୟସୀ ପ୍ରଶଂସା କରିବା ସହ ସେମାନଙ୍କ ଉଜ୍ଜ୍ୱଳମୟ ଭବିଷ୍ୟତ ର କାମନା କରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନେ ନାଚଗୀତ ସହ ମନୋରଞ୍ଜନ କରି ଏହି ପରମ୍ପରା କୁ ଆଗାମୀ ବର୍ଷ ମାନଙ୍କରେ ଜାରି ରଖିବା ପାଇଁ ମତ ରଖିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ