ଆସନ୍ତା ଏପ୍ରିଲ୍ରୁ ଓଡ଼ିଶାରେ ହେବ ଜନଗଣନାର ପ୍ରଥମ ପର୍ଯ୍ୟାୟ; ୨୦୨୭ ଫ୍ରେବୃଆରିରେ ଦ୍ଵିତୀୟ ପର୍ଯ୍ୟାୟ
ଭୁବନେଶ୍ୱର,୨୭|୧: ଓଡ଼ିଶାରେ ଆରମ୍ଭ ହେବ ଜନଗଣନା କାର୍ଯ୍ୟକ୍ରମ | ଆସନ୍ତା ଅପ୍ରେଲରୁ ଆରମ୍ଭ ହେବ ଜନଗଣନା | ତେବେ ଜନଗଣନା କାର୍ଯ୍ୟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଆସନ୍ତା ଅପ୍ରେଲରେ ପ୍ରଥମ ପର୍ଯ୍ୟାୟ ଆସନ୍ତା ଅପ୍ରେଲରେ ପ୍ରଥମ ପର୍ଯ୍ୟାୟ ହେବାକୁ ଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟ ଫେବ୍ରୁଆରି ୨୦୨୭ ରୁ ଆରମ୍ଭ ହେବ।
ସେହିପରି ଦ୍ୱିତୀୟ ପର୍ଯ୍ୟାୟରେ, ଫେବ୍ରୁଆରି-ମାର୍ଚ୍ଚ ୨୦୨୭ରେ ଜନସଂଖ୍ୟାଗତ ବିବରଣୀ ସହିତ ଜନସଂଖ୍ୟା ଗଣନା କରାଯିବ। ଏଥିପାଇଁ ସାରା ରାଜ୍ୟରେ ପ୍ରାୟ ଏକ ଲକ୍ଷ ଜନଗଣନା ଗଣନାକାରୀଙ୍କୁ ନିଯୁକ୍ତ କରାଯିବ। ଜଣେ ଗଣନାକାରୀଙ୍କୁ ପ୍ରାୟ ୨୦୦ ପରିବାରର ଦାୟିତ୍ୱ ଦିଆଯିବ। ଜଣେ ପର୍ଯ୍ୟବେକ୍ଷକ ଛଅ ଜଣ ଗଣନାକାରୀଙ୍କ କାର୍ଯ୍ୟ ତଦାରଖ କରିବେ। ପ୍ରତ୍ୟେକ ଗଣନାକାରୀଙ୍କୁ ସେମାନଙ୍କ ସେବା ପାଇଁ ୨୫,୦୦୦ ଟଙ୍କାର ଆର୍ଥିକ ପ୍ରୋତ୍ସାହନ ମିଳିବ।
ଏଥର ଜନଗଣନାରେ ଘର, ପରିବାର ସଦସ୍ୟ, ଗାଡ଼ି, ଆସବାବ ପତ୍ର ଭଳି ମୋଟ୍ ୩୩ଟି ପ୍ରଶ୍ନ ପଚରାଯିବ | ଏନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଦ୍ବାରା ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି | ତେବେ ଜନଗଣନା ସମୟରେ ପରିବାର ମୁଖ୍ୟଙ୍କୁ ଏହି ୩୩ଟି ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ଆସନ୍ତା ଏପ୍ରିଲରୁ ସେପ୍ଟେମ୍ବର ପ୍ରଥମ ପର୍ୟ୍ୟାୟ ଗଣନା ହେବ। ଏଥିରେ ବାସଗୃହ ତାଲିକାଭୁକ୍ତ ହେବ ଏବଂ ପ୍ରତି ଘର ବିଷୟରେ ତଥ୍ୟ ସଂଗ୍ରହ କରାଯିବ। ସେହିପରି ଦ୍ଵିତୀୟ ପର୍ଯ୍ୟାୟ ଫେବ୍ରୁଆରି ୨୦୨୭ରୁ ଆରମ୍ଭ କରାଯିବ |
ଲୋକଙ୍କୁ ଘର, ପରିବାର, ଗାଡ଼ି ଆଦି ସଂକ୍ରାନ୍ତରେ ତଥ୍ୟ ଦେବାକୁ ପଡ଼ିବ । ଜନଗଣନା ସମୟରେ ପରିବାରର ମୁଖିଆଙ୍କୁ ଏହିସବୁ ତଥ୍ୟ ପ୍ରଦାନ କରିବାକୁ ହେବ । ପରିବାରରେ ରହୁଥିବା ମୋଟ ବ୍ୟକ୍ତିଙ୍କ ସଂଖ୍ୟା, ପରିବାର ମୁଖ୍ୟଙ୍କ ନାମ, ପରିବାର ମୁଖ୍ୟଙ୍କ ଲିଙ୍ଗ, ପରିବାର ମୁଖ୍ୟ ଅନୁସୂଚିତ ଜାତି/ଅନୁସୂଚିତ ଜନଜାତି/ଅନ୍ୟାନ୍ୟ ବର୍ଗର କି?, ଜନଗଣନା ଘରର ମାଲିକାନା ସ୍ଥିତି, ପରିବାର ପାଖରେ ଥିବା କକ୍ଷ ସଂଖ୍ୟା, ପରିବାରରେ ରହୁଥିବା ବିବାହିତ ଦମ୍ପତିଙ୍କ ସଂଖ୍ୟା,ପାନୀୟ ଜଳ ଉତ୍ସର ଉପଲବ୍ଧତା, ଆଲୋକର ମୁଖ୍ୟ ଉତ୍ସ,ଇଣ୍ଟରନେଟ୍ ସୁବିଧା, ଲ୍ୟାପଟପ୍/କମ୍ପ୍ୟୁଟର, ଟେଲିଫୋନ୍/ମୋବାଇଲ୍ ଫୋନ୍/ସ୍ମାର୍ଟଫୋନ୍,ସାଇକେଲ୍/ସ୍କୁଟର/ମୋଟରସାଇକେଲ୍/ମୋପେଡ୍,କାର୍/ଜିପ୍/ଭ୍ୟାନ୍,ପରିବାରରେ ବ୍ୟବହୃତ ମୁଖ୍ୟ ଖାଦ୍ୟ ଶସ୍ୟ,ମୋବାଇଲ୍ ନମ୍ବର (କେବଳ ଜନଗଣନା ସମ୍ବନ୍ଧୀୟ ଯୋଗାଯୋଗ ପାଇଁ) ଆଦି ପ୍ରଶ୍ନ ପଚରିବେ ଅଧିକାରୀ |

