Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମୋକିମଙ୍କ ନୂଆ ଦଳ – ଓଡିଶା ଜନତା କଂଗ୍ରେସ

ଭୁବନେଶ୍ୱର,୨୭|୧: ଗତ କିଛି ଦିନରୁ ରାଜ୍ୟ ରାଜନୀତିରେ ଯେଉଁ ଚର୍ଚ୍ଚା ଜୋର ଧରିଥିଲା ଏବେ ସେଥିରେ ପୂର୍ଣ୍ଣଛେଦ ପଡିବ | ଖୁବ ଶୀଘ୍ର ମହମ୍ମଦ ମୋକିମ୍ ନେବେ ବଡ଼ ନିଷ୍ପତ୍ତି । ସମର୍ଥକଙ୍କ ମାନଙ୍କ ସହିତ ଆଲୋଚନା ପରେ ପାର୍ଟିର ନାଁ ଫାଇନାଲ୍ । ଶୁଣିବାକୁ ମିଳିଛି ଯେ, ଦଳର ନାଁ ରହିବ ଓଡିଶା ଜନତା କଂଗ୍ରେସ । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରିୟା ଶେଷ ହେବା ପରେ ନାଁ ଘୋଷଣା ହେବ ବୋଲି ମହମ୍ମଦ ମୋକିମ୍ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତ ସୋମବାର ସଂଧ୍ୟାରେ ମୋକିମଙ୍କ ଅଧକ୍ଷତାରେ ଭୁବନେଶ୍ବରରେ ନିଜ ସମର୍ଥକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ନୂଆ ଆଞ୍ଚଳିକ ଗଠନ ହେବା ପରେ ପାର୍ଟିର ନାମ କ’ଣ ରହିବ ତାକୁ ନେଇ ଆଲୋଚନା ହୋଇଥିଲା । ମୋକିମ୍ ଙ୍କ କହିବା ଅନୁସାରେ, ନୂଆ ଆଞ୍ଚଳିକ ଦଳ ନାଁ ଚୂଡାନ୍ତ ହୋଇ ସାରିଛି | କେବଳ ଔପଚାରିକତା ବାକି ରହିଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ଦଳ ଗଠନ ପ୍ରକ୍ରିୟା ଶେଷ ପରେ ବିଧିବଦ୍ଧ ଭାବେ ଦଳର ନାମ ଘୋଷଣା କରାଯିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ