ପିୟୁସି ନଥିଲେ ପେଟ୍ରୋଲ କୁ ନାଁ ନିର୍ଦ୍ଦେଶକୁ ଖାରଜ କଲେ ହାଇକୋର୍ଟ!
ଭୁବନେଶ୍ୱର,୨୭|୧: ପିୟୁସି ନଥିଲେ ପେଟ୍ରୋଲ ମନା ସମ୍ପର୍କିତ ମାମଲାର ହାଇକୋର୍ଟରେ ଶୁଣାଣି ହୋଇଛି । ପିୟୁସି ନଥିଲେ ପେଟ୍ରୋଲ କୁ ନାଁ ନିର୍ଦ୍ଦେଶକୁ ଖାରଜ କରିଛନ୍ତି ହାଇକୋର୍ଟ | ଏଣିକି ଜରିମାନା ଭରିବାକୁ ବାଧ୍ୟ କରିପାରିବେନି ସରକାର । ଗାଡ଼ିରେ ଚାଲାଣ ଥିଲେ ବି ମିଳିବ ପ୍ରଦୂଷଣ ସାର୍ଟିଫିକେଟ୍ | ଏନେଇ ବାହନ ପୋର୍ଟାଲକୁ ସଂଶୋଧନ କରି ସ୍ବତନ୍ତ୍ର ବିଜ୍ଞପ୍ତି ଜାରି କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ତେବେ ଆଉ ସପ୍ତାହେ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ |

