ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ! ଉଭୟ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ
ପଟ୍ଟାମୁଣ୍ଡାଇ,୨୭|୧: ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ମାଳିପୁର ଗ୍ରାମରେ ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି | ସ୍ତ୍ରୀକୁ କଟୁରିରେ ହାଣି ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ l ଘଟଣାରେ ଉଭୟ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି |
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ପାରିବାରିକ କଳହ କାରଣରୁ ସ୍ୱାମୀ ପ୍ରତାପ ମଲ୍ଲିକ ଉତ୍ତ୍ୟକ୍ତ ହୋଇଯାଇ ଏକ କଟୁରିରେ ସ୍ତ୍ରୀ ଭାରତୀଙ୍କୁ ମୁଣ୍ଡରେ ଆକ୍ରମଣ କରିଥିଲା l ଏହା ପରେ ପାଖ ପଡ଼ୋଶୀଙ୍କ ସହଯୋଗରେ ଗୁରୁତର ଭାରତୀଙ୍କୁ ପ୍ରଥମେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା | କିନ୍ତୁ ଅବସ୍ଥା ଶୋଚନୀୟ ହେବାରୁ ତାଙ୍କୁ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି l ତେବେ ଅଭିଯୁକ୍ତ ପ୍ରତାପ ସ୍ତ୍ରୀଙ୍କୁ ଆକ୍ରମଣ କରି କାଲି ଫେରାର ହୋଇଯାଇଥିଲା l
ହଠାତ୍ ଆଜି ସକାଳୁ ଗ୍ରାମବାସୀ ଏକ ପୋଖରୀ ପାଖରେ ଅଚେତ ଅବସ୍ଥାରେ ପ୍ରତାପଙ୍କୁ ଦେଖିବାକୁ ପାଇଥିଲେ l ତାଙ୍କ ପାଖରୁ ଏକ ବିଷ ବୋତଲ ଓ ରକ୍ତାକ୍ତ କଟୁରି ଉଦ୍ଧାର କରିଥିଲେ l ପ୍ରତାପ ମଧ୍ୟ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଛନ୍ତି | ଏବେ ଉଭୟ ସ୍ୱାମୀ ସ୍ତ୍ରୀ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି |

