Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜେଲରୁ ବାହାରିବେ AAP ନେତା ସତ୍ୟେନ୍ଦ୍ର ଜୈନ, ସୁପ୍ରିମକୋର୍ଟରୁ ମିଳିଲା ୬ ସପ୍ତାହର ଆଶ୍ଵସ୍ତି

ନୂଆଦିଲ୍ଲୀ: ଗତବର୍ଷଠୁ ଜେଲରେ ଥିବା ଆମ୍ ଆଦମୀ ପାର୍ଟି(ଆପ୍)ର ନେତା ତଥା ପୂର୍ବତନ ସ୍ଵାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ଵସ୍ତି ମିଳିଛି। ଅସୁସ୍ଥ ସତ୍ୟେନ୍ଦ୍ରଙ୍କୁ ସୁପ୍ରିମକୋର୍ଟ କିଛି ସର୍ତ୍ତ ଆଧାରରେ ୬ ସପ୍ତାହ ପାଇଁ ଅନ୍ତରୀନ ଜାମିନ ପ୍ରଦାନ କରିଛନ୍ତି। ଜେଲରେ ଖସି ପଡ଼ିବାରୁ ଜୈନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ମେରୁଦଣ୍ଡରେ ଆଘାତ କାରଣରୁ ସ୍ଵାସ୍ଥ୍ୟ ସଂପର୍କିତ ସମସ୍ୟା ଭୋଗୁଥିବା ସତ୍ୟେନ୍ଦ୍ର ଜୈନଙ୍କୁ ସୁପ୍ରିମକୋର୍ଟ ଅନ୍ତରୀଣ ଜାମିନ ଦେବା ସହ କିଛି ସର୍ତ୍ତ ରଖିଛନ୍ତି। ପୂର୍ବତନ ମନ୍ତ୍ରୀ ବିନା ଅନୁମତିରେ ଦିଲ୍ଲୀ ବାହାରକୁ ଯାଇ ପାରିବେ ନାହିଁ। ଗଣମାଧ୍ୟମ ସାମ୍ନାରେ କୌଣସି ବୟାନ ଦେବେ ନାହିଁ।

ଜୈନ ଗତ ବର୍ଷରୁ ତିହାର ଜେଲରେ ଅଛନ୍ତି। ୨୦୨୨ ମେ ମାସରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ମନି ଲଣ୍ଡ୍ରିଂ କେସରେ ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା। ଜାମିନ ପାଇଁ ସେ ନିମ୍ନ ଅଦାଲତରୁ ଉଚ୍ଚ ଅଦାଲତ ପର୍ଯ୍ୟନ୍ତ ଆବେଦନ କରି ସାରିଛନ୍ତି। ହେଲେ ତାଙ୍କୁ ଏ ପର୍ଯ୍ୟନ୍ତ ଜାମିନ ମିଳିନାହିଁ। ହେଲେ ସ୍ଵାସ୍ଥ୍ୟ ସମନ୍ଧିତ ସମସ୍ୟା କାରଣରୁ ସର୍ବୋଚ୍ଚ ନ୍ୟାୟାଳୟ ଜୈନଙ୍କୁ କିଛି ଆଶ୍ଵସ୍ତି ପ୍ରଦାନ କରିଛନ୍ତି।

ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ ଜୈନଙ୍କୁ ଗତ ସୋମବାର ସଫଦରଗଞ୍ଜ ହସ୍ପିଟାଲ୍ ନିଆଯାଇଥିଲା। ତାଙ୍କ ଓକିଲ କହିଛନ୍ତି ଯେ, ଗୋଟିଏ ବର୍ଷରେ ଜୈନଙ୍କ ୩୫ କିଲୋ ଓଜନ ହ୍ରାସ ଘଟିଛି। ବର୍ତ୍ତମାନ ସେ ଏଲଏନଜେପି ହସ୍ପିଟାଲରେ ଡାକ୍ତରଙ୍କ ନୀରିକ୍ଷଣରେ ଅଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ