Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ବନ୍ଦ ଡାକରା ବୀରମହାରାଜପୁର ରେ ଲୋକେ ସ୍ୱତଃପ୍ରବୃତ୍ତ ଭାବେ ବନ୍ଦ କୁ ସମର୍ଥନ ଜଣାଇଲେ

ବୀରମହାରାଜପୁର : ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ୮ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ବୀରମହାରାଜପୁର ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି । ବୁଧବାର ସକାଳ ଠାରୁ ସ୍ଥାନୀୟ ପରିବା ବଜାର ସହ ବିଭିନ୍ନ ଦୋକାନ ବାଡ଼ି ବନ୍ଦ ରହିଥିବା ବେଳେ ବସ, ଟ୍ରକ୍ ଆଦି ଯାନବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ବନ୍ଦ ପାଳନ ଫଳରେ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ପ୍ରଭାବିତ ହୋଇଥିଲା । ରାସ୍ତାର ଉଭୟ ପାର୍ଶ୍ଵରେ ଅନେକ ଗାଡ଼ି ମଟର ଅଟକି ରହିଥିଲା । ସୁବଳୟା ଅଞ୍ଚଳରେ ମଧ୍ୟ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଥିଲା । କୃଷକ ସଂଗଠନର କର୍ମକର୍ତ୍ତାଙ୍କ ସମେତ କଂଗ୍ରେସ ଦଳ ଓ କୋଶଳ ସଂଗଠନର କର୍ମୀମାନେ ମଧ୍ୟ ଉପସ୍ଥିତ ରହି ବୀରମହାରାଜପୁର ମୁଖ୍ୟ ଛକ ଠାରେ ରାସ୍ତା ଅବରୋଧ କରିଥିଲେ । ବନ୍ଦ ପାଳନରେ ଚାଷୀ ବୃନ୍ଦାବନ ମିଶ୍ର, ପର୍ଶୁରାମ ଦେହୁରୀ, ବ୍ରଜଗୋପାଳ ପଣ୍ଡା, ବ୍ଲକ କଂଗ୍ରେସ ସଭାପତି ବସନ୍ତ ମହାକୁର, କୋଶଳ ସଂଗଠନ ତରଫରୁ ସୁଧାଂଶୁ କର୍ଣ୍ଣ, ଆପ୍ ଦଳ ପକ୍ଷରୁ ପୃଥ୍ୱୀରାଜ ଜଗଦଲା ପ୍ରମୁଖ ସାମିଲ ହୋଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ