ଯୁବ ସାମ୍ବାଦିକ ରଞ୍ଜନ କୁମାର ତାଣ୍ଡିଆ ଙ୍କ ପରଲୋକ
ବୀରମହାରାଜପୁର : ବୁଧବାର ଦିନ ୧୧ ଘଣ୍ଟା ସମୟରେ ବୁର୍ଲା ଡାକ୍ତରଖାନା ରେ ଯୁବ ସାମ୍ବାଦିକ ରଞ୍ଜନ ତାଣ୍ଡିଆ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଖବର ପ୍ରଚାରିତ ହେଲାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା l ଶ୍ରୀ ତାଣ୍ଡିଆ ବୀରମହାରାଜପୁର ବ୍ଲକ ଅନର୍ଗତ ସଂଗ୍ରାମପୁର ଗ୍ରାମର ହୋଇଥିବା ବେଳେ ସେ ଜଣେ ମେଳାପୀ ଓ ପରୋପକାରୀ ଯୁବକ ହୋଇଥିବାରୁ ବହୁ ଲୋକ ତାଙ୍କର ବାସଭବନ ରେ ପହଂଚି ଶେଷ ଦର୍ଶନ କରିଥିଲେ l ସ୍ତ୍ରୀ ଓ ଦୁଇ ପୁଅ ଥିବା ଜଣାଯାଏ l ଶ୍ମାଶନରେ ତାଙ୍କର ବଡ଼ ପୁଅ ମୁଖାଗ୍ନି ଦେଇଥିଲେ l

