Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୁନା ଓ ରୁପାର ଦର ଆକାଶ ଛୁଆଁ! ରୂପା କିଲୋ ପିଛା ୪ଲକ୍ଷ, ସୁନା ୧୦ଗ୍ରାମ ପ୍ରତି ୧.୭ଲକ୍ଷ ଟପିଲା

ଭୁବନେଶ୍ୱର,୨୯|୧: ଦେଶରେ ସୁନା ଓ ରୁପାର ଦରରେ ବୃଦ୍ଧିରେ ବିରାମ ଲାଗୁନି | ଦିନକୁ ଦିନ ବଢିଚାଲିଛି ଉଭୟ ସୁନା ଏବଂ ରୂପାର ମୂଲ୍ୟ । ଲୋକ ସୁନା କିଣିବାକୁ ଭାବିଲା ବେଳକୁ ଦଶ ଥର ଚିନ୍ତା କରୁଛନ୍ତି | ଗତ ୨୭ ତାରିଖ ଅପେକ୍ଷା ଆଜି ଦେଶରେ ସୁନା ଦାମ୍ ଗ୍ରାମ ପିଛା ୫୧୪ ଟଙ୍କା ବୃଦ୍ଧି ପାଇ ୧.୬ଲକ୍ଷରୁ ଅଧିକରେ ପହଞ୍ଚିଛି । ସେହିଏପରି ରୂପା ଦାମ୍ ମଧ୍ୟ ୧୦ ଗ୍ରାମ ପିଛା ୧୦୧ଟଙ୍କା ବୃଦ୍ଧି ହୋଇଛି ।

ଆଜିର ସୁନା ଓ ରୂପା ଦର ଅନୁସାରେ ସୁନାର ଦର ୧.୬ ଲକ୍ଷ ପାର୍ ହୋଇ ପ୍ରତି ୧୦ ଗ୍ରାମ ପିଛା ୧,୬୭,୦୯୦ଟଙ୍କା ହୋଇଛି । ସେହିପରି ରୁପା ଦାମ୍ କିଲୋ ପିଛା ୩,୮୦,୧୦୦ ଟଙ୍କା ଛୁଇଁଛି । ଆଜି ଦିଲ୍ଲୀ ଓ ମୁମ୍ବାଇ ସହରରେ ୨୪ କ୍ୟାରେଟ ସୁନା ଦର ୧, ୬୭,୦୯୦ ଟଙ୍କା ପ୍ରତି ୧୦ଗ୍ରାମ ରହିଥିଲା ବେଳେ ୨୨ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୫୩,୧୬୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୨୫,୩୨୦ ଟଙ୍କା ରହିଛି ।

ସେହିପରି ଦିଲ୍ଲୀ ଏବଂ ମୁମ୍ବାଇ ସହରରେ ଏକ କିଲୋଗ୍ରାମ ରୁପା ଦର ୩, ୮୦,୦୦୦ ଟଙ୍କା ରହିଛି । ତେବେ କେବଳ ଦେଶର ପ୍ରମୁଖ ସହରରେ ନୁହଁ ଓଡିଶା ବଜାରରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି। କଟକ ଓ ଭୁବନେଶ୍ୱର ସହର ସମେତ ରାଜ୍ୟରେ ୨୪ କ୍ୟାରେଟ ସୁନା ଦର ୧, ୭୮,୮୫୦ ଟଙ୍କା ପ୍ରତି ୧୦ଗ୍ରାମ ରହିଛି । ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୧,୬୩,୯୫୦ ଟଙ୍କା ଓ ୧୮ କ୍ୟାରେଟ ସୁନାର ମୂଲ୍ୟ ୧,୩୪,୧୪୦ ଟଙ୍କା ରହିଛି । ସେହିପରି ରୁପାର ଦର ଏକ କିଲୋଗ୍ରାମ ପିଛା ୪,୦୦,୧୦୦ ଟଙ୍କାରେ ପହଞ୍ଚିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ