Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଲଟିଲା ଯାତ୍ରା ପାର୍ଟିର ଟ୍ରକ, ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି

ଯାଜପୁର ୨୯।୧ : ଓଲଟିଲା ଯାତ୍ରା ଜଗତର ଚର୍ଚ୍ଚିତ ଅଭେନେତ୍ରୀ ତଥା ନାଟ୍ୟ ମଣ୍ଡପର ମାଲିକ ରାଣୀ ପଣ୍ଡାଙ୍କ ଟ୍ରକ । ଯାଜପୁର ଗୋଲେଇପୁର ଠାରେ ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ନାଟ୍ୟ ମଣ୍ଡପର ଟ୍ରକ ଓଲଟିପଡିଛି । ଯେଉଁଥିରେ ଅନେକ ଯାତ୍ରା କଳାକାର ଆହତ ହୋଇଛନ୍ତି । ଏହି ଦୁର୍ଘଟଣା ପରେ ସମସ୍ତ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ରାଣୀ ପଣ୍ଡାଙ୍କ ଯାତ୍ରା ପାର୍ଟି ନାଟ୍ୟ ମଣ୍ଡପ ବର୍ତ୍ତମାନ ପାର୍ଟି ଯାଜପୁରରେ ନିଜର ନାଟକ ପ୍ରଦର୍ଶନ କରୁଥିଲା । ସେଠାରୁ ଶେଷ କରି ପରେ ପାର୍ଟି ଅନ୍ୟ ସ୍ଥାନକୁ ଯାଉଥିଲା । ତେବେ ଯାଜପୁରରୁ କୋରେଇରୁ ଯିବା ରାସ୍ତାରେ ଗୋଲେଇପୁର ନିକଟରେ ଟ୍ରକ ନିୟନ୍ତ୍ରଣ ହରାଇ ରାସ୍ତାକଡ଼କୁ ଓଲଟି ପଡିଥିଲା । ଏବଂ ଏହି ଘଟଣାରେ ଗାଡ଼ିରେ ଥିବା ୪ ଜଣ ବ୍ୟକ୍ତି ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଘଟଣାସ୍ଥଳରୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏହା ପରେ ଘଟଣାସ୍ଥଳରେ ଯାତ୍ରା ଅନୁଷ୍ଠାନର ସଦସ୍ୟମାନେ ପହଞ୍ଚି ସମସ୍ତ ଜିନିଷକୁ ଅନ୍ୟ ଏକ ଗାଡ଼ି ଯୋଗେ ସ୍ଥାନାନ୍ତର କରିବାକୁ ଚେଷ୍ଟା ଜାରି ରଖିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ