Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଳାରେ ଲାଗିଛି ବିଏମ୍‌ସିର ନୋଟିସ୍: ପାର୍କିଂ ବାହାନାରେ ଚାଲିଛି ବେଆଇନ ଲୁଟ, ବାଇକ୍‌କୁ ୫୦ ଟଙ୍କା ଏବଂ କାରକୁ ୧୦୦ ଟଙ୍କା

ଭୁବନେଶ୍ୱର,୩୦|୧: ଖଣ୍ଡଗିରି ଯାତ୍ରା ଚାଲିଛି ଏବଂ ପ୍ରତିଦିନ ମେଳାକୁ ଅସଂଖ୍ୟ ଲୋକଙ୍କ ସୁଅ ଛୁଟୁଛି | ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ କିମ୍ବା ଓଡିଶା ବାହାରୁ ଆସିଥିବା ସାଧୁ ସନ୍ଥଙ୍କୁ ଭେଟିବାକୁ ହଜାର ହାଜର ସଂଖ୍ୟାରେ ଭକ୍ତ ଆସିଥାନ୍ତି | ଏହା ସହିତ ସନ୍ଧ୍ୟା ସମୟ ହେଲେ ପର୍ଯ୍ୟଟକ ମାଙ୍କୁ ପ୍ରବଳ ଭିଡ ଜମିଥାଏ ଖଣ୍ଡିଗିରି ମେଳା ସମୟରେ | ଏହା ମଧ୍ୟରେ ସବୁଠାରୁ ବଡ ସମସ୍ୟା ଦେଖାଦେଇଛି ପାର୍କିଂ ସମସ୍ୟାକୁ ନେଇ | ପାର୍କିଂ ବାହାନାରେ ସାଧାରଣ ଲୋକଙ୍କଠାରୁ ଲକ୍ଷା ଲକ୍ଷ ଟଙ୍କା ଲୁଟ୍ କରାଯାଉଛି। ସାଧାରଣ ଲୋକଙ୍କୁ ସୁହାଇଲା ଭଳି ପାର୍କିଂ ଫି ଧାର୍ଯ୍ୟ କରାଯାଇଥିଲା । ଏନେଇ ବିଏମ୍ସି କମିଶନରଙ୍କଠାରୁ ଆରମ୍ଭ କରି ମେୟର, ଅଧିକାରୀ ଓ ଜନପ୍ରତିନିଧିମାନେ ବୈଠକରେ ନିଷ୍ପତ୍ତି ମଧ୍ୟ ନେଇଥିଲେ। କିନ୍ତୁ ଏହି ନିୟମର ଉଲଂଘନ ହେଉଥିବାର ଦେଖିବାକୁ ମିଳିଛି | ମେଳା ଆରମ୍ଭ ଦିନଠାରୁ ପାର୍କିଂ ଫିକୁ ନେଇ ସାଧାରଣ ଲୋକଙ୍କଠାରୁ ଲୁଟ୍‌ ଆରମ୍ଭ ହୋଇଛି ।

ତେବେ ଯାତ୍ରାର ଆରମ୍ଭ ଦିନଠାରୁ ଏହି ଲୁଟ୍ତରାଜ୍ ସୀମା ଲଙ୍ଘିଛି । ବାଇକ୍‌କୁ ୫୦ ଟଙ୍କା ଓ କାରକୁ ୧୦୦ରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରାଯାଉଛି । ଏନେଇ ଲୋକେ ବିଏମ୍ସି ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏନେଇ ପାର୍କିଂ ଟେଣ୍ଡର ନେଇଥିବା ସଂସ୍ଥାକୁ ବିଏମ୍ସି ପକ୍ଷରୁ ଏନେଇ ନୋଟିସ୍ ଜାରି କରାଯାଇଛି । ଏସବୁ ସତ୍ତେ୍ୱ ଗୁରୁବାର ବି ପାର୍କିଂ ସଂସ୍ଥା ବାଇକ୍ ପିଛା ୫୦ ଟଙ୍କା ଏବଂ କାର୍ ପିଛା ୧୦୦ ଟଙ୍କା ଆଦାୟ କରୁଥିବା ସ୍ପଷ୍ଟ କରୁଛି ।

ସୂଚନା ଅନୁସାରେ, ଖଣ୍ଡଗିରି ମେଳାର ବିଶୃଙ୍ଖଳା ରୋକିବା ଲାଗି ବିଏମ୍ସି ପକ୍ଷରୁ ୫୦ ଜଣ ଅଧିକାରୀ ନିୟୋଜିତ କରାଯାଇଛି । କିନ୍ତୁ ସେମାନେ କାହିଁକି ଏଭଳି ଘଟଣାରେ ଚୁପ୍ ରହିଛନ୍ତି ଏହାକୁ ନେଇ ସାଧାରଣ ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଖଣ୍ଡଗିରି ମେଳାରେ ହଜାର ହଜାର ଲୋକଙ୍କ ସମାଗମକୁ ଦୃଷ୍ଟିରେ ରଖି ବିଏମ୍ସି ପକ୍ଷରୁ ୫ଟି ପାର୍କିଂ ସ୍ଥଳୀ କରାଯାଇଛି । ଦିନକୁ ବାଇକ୍ ଘଣ୍ଟା ପିଛା ୧୦ ଟଙ୍କା ଧାର୍ଯ୍ୟ ହୋଇଛି । ସେହି ସମୟରେ ଏନ୍ଏଚ୍ ଓଭରବ୍ରିଜ୍ ତଳେ ଥିବା ପାର୍କିଂ ସ୍ଥଳରେ ବାଇକ୍ ପିଛା ୫୦ ଟଙ୍କା ଆଦାୟ କରାଯାଉଛି । କାର ଠାରୁ ୫୦ ଟଙ୍କା ବଦଳରେ ୧୦୦ ଟଙ୍କା ଆଦାୟ କରାଯାଉଛି ।

ଏପରି ପ୍ରତିଦିନ ଲକ୍ଷ ଲକ୍ଷ ବେଆଇନ୍ ଭାବେ ଆଦାୟ ଚାଲିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ବିଏମ୍ସି ଦକ୍ଷିଣ-ପଶ୍ଚିମ ଜୋନାଲ ଅଧିକାରୀ ସଂପୃକ୍ତ ପାର୍କିଂ ଲିଜ୍ଧାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ଏଥିରେ କାହିଁକି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆ ନ ଯିବ ସେ ନେଇ ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି । ବିଏମ୍ସିର ଏହି ନୋଟିସର ୮ ଘଣ୍ଟା ନ ପୂରୁଣୁ ପୁଣି ପାର୍କିଂ ଲିଜ୍ଧାରୀ ମନଇଚ୍ଛା ଟଙ୍କା ଆଦାୟ କରିଛନ୍ତି । ଏହାକୁ ବିରୋଧ କଲେ ନାଲି ଆଖି ଦେଖାଉଛନ୍ତି । ଖଣ୍ଡଗିରି ମେଳାରେ ପାର୍କିଂ ଯାଞ୍ଚ କରିବାକୁ ବିଏମ୍ସି ପକ୍ଷରୁ ସ୍ୱତନ୍ତ୍ର ଟିମ୍ ଗଠନ ହୋଇଛି | କିନ୍ତୁ ଟିମ୍ ର ଅଧିକାରୀମାନେ ଯାଞ୍ଚ କରୁନାହାନ୍ତି । ତେବେ କାହିଁକି ନିୟୋଜିତ କରାଯାଇଛି ବୋଲି ପ୍ରଶ୍ନ ଉଠିଛି । ଏହି ଲୁଟ୍ତରାଜର ଚେର ବିଏମ୍ସି କର୍ମଚାରୀଙ୍କଠାରୁ ଜୋନ୍ ଅଫିସ ପର୍ଯ୍ୟନ୍ତ ଲମ୍ବିଛି ବୋଲି ମଧ୍ୟ ଅଭିଯୋଗ ହୋଇଛି ।

ବିଏମ୍ସି ପାର୍କିଂସ୍ଥଳରେ ଦିନକୁ ୩ ହଜାରରୁ ଅଧିକ ବାଇକ୍ ପାର୍କିଂ ହେଉଛି । ଗୋଟିଏ ଗାଡ଼ି ପିଛା ଅତି ବେଶିରେ ୪୦ ଟଙ୍କା ହିସାବରେ ନେଲେ ଦିନକୁ ୧ଲକ୍ଷ ୨୦ ହଜାର ଟଙ୍କା ଲୁଟି ନିଆଯାଉଛି । ସେହିପରି କାର୍ ପିଛା ୨୦ ଟଙ୍କା ଥିବା ବେଳେ ୧୦୦ରୁ ୨ଶହ ଟଙ୍କା ନିଆଯାଉଛି । ଲିଜ ଧାରୀଙ୍କୁ ଖୋଜି ବାହାର କରିବାକୁ ଏକ ନୋଟିସ ଜାରି କରାଯାଇଛି ବୋଲି ମେୟର ସୁଲୋଚନା ଦାସ କହିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories