Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅନୁଭବଙ୍କ ଆବେଦନ ଖାରଜ କଲେ ହାଇକୋର୍ଟ! ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ଆଣିଛନ୍ତି ସଙ୍ଗୀନ ଅଭିଯୋଗ

ଭୁବନେଶ୍ୱର,୩୦|୧: ଓଲିଓଡ଼ ଜଗତର ଚର୍ଚ୍ଚିତ ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ତଥା ଅନୁଭବଙ୍କ ପୂର୍ବ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାଦ କମିବାର ନାଁ ଧରୁନି | ଉଭୟଙ୍କ ଭିତରେ ପୂର୍ବରୁ ହୋଇଥିବା ବିବାଦରେ ଡାଇଭର୍ସ ହୋଇ ସାରିଥିଲା | ଏବଂ ଅନୁଭବ ଜାଗୃତିଙ୍କୁ ଦ୍ଵିତୀୟ ପତ୍ନୀ ଭାବେ ଗ୍ରହଣ କରିଥିଲେ | ତଥାପି ବିବାଦ ସମାପ୍ତ ହୋଇନି | ସୁପର ଷ୍ଟାର ଅନୁଭବ ମହାନ୍ତିଙ୍କ ପାଇଁ ବଢିଲା ଅଡୁଆ । ଅନୁଭବଙ୍କ ଆବେଦନକୁ ହାଇକୋର୍ଟରେ ଖାରଜ କରାଯାଇଛି । ତେବେ ବର୍ତ୍ତମାନ ଅନୁଭବଙ୍କ ବିରୋଧରେ ଏବେ ମାମଲା ଦୀର୍ଘ ସମୟ ଧରି ଚାଲିବ ବୋଲି ଜଣାପଡିଛି । ଅନୁଭବ ଏବଂ ତାଙ୍କ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ।

ସୂଚନା ଅନୁସାରେ, ବର୍ଷା ଅନୁଭବଙ୍କ ଘରେ ରହୁଥିବା ସମୟରେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ସେ ଅଭିଯୋଗ କରିଥିଲେ । ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଭଳି ସଙ୍ଗୀନ ଅଭିଯୋଗ ଆଣିଥିଲେ ବର୍ଷା । ଏହାପରେ ନିମ୍ନ ଅଦାଲତରେ ଚାଲିଥିବା ମାମଲାର ଖାରଜ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି ।କିନ୍ତୁ ଏବେ ଅନୁଭବଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି ହାଇ କୋର୍ଟ, ଆଉ ଏବେ ଅନୁଭବଙ୍କ ନାଁରେ ଏହି ମାମଲା ଆଗକୁ ଚାଲିବ ବୋଲି ଜଣାପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories