Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୁହୁଡି ଯୋଗୁଁ ଦେଖାଗଲାନି କିଛି, ଘଟିଗଲା ଭୟଙ୍କର ଦୁର୍ଘଟଣା! ଚାଲିଗଲା ଜଣଙ୍କ ଜୀବନ ଅନ୍ୟ ଜଣେ ଗୁରୁତର

ଆଠଗଡ଼ ୩୦।୧: ଭୀଷଣ କୁହୁଡ଼ିର ଆସ୍ତରଣ | ରାସ୍ତାଘାଟ ସବୁ ଅନ୍ଧାର ଦେଖାଗଲା | ଆଗରୁ କଣ ଆସୁଛି ନାଇଁ କିଛି ବି ଦେଖାଗଲାନି। କୁହୁଡିର ଚାଦର ଭିତରେ ଛପି ରହିଥିଲା ମୃତ୍ୟୁ । ହଠାତ ବସ୍‌ରେ ଧକ୍କା ହେଲା ଆଉ ଅକାଳରେ ଚାଲିଗଲା ଛାତ୍ରଙ୍କ ଜୀବନ। ଏଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ମାଣିଆବନ୍ଧ ଥାନା ଅନ୍ତର୍ଗତ ଖୁଣ୍ଟୁଣି-ନରସିଂହପୁର ୬୫ ନଂ ରାଜ୍ଯ ରାଜପଥ ମାଣିଆବନ୍ଧ ପେଟ୍ରୋଲ ପମ୍ପ ନିକଟରେ | ଦୁର୍ଘଟଣାରେ ବାଇକି ଆରୋହୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି |

ସୂଚନା ଅନୁସାରେ, ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣାର ୧୮ ବର୍ଷ ବୟସ୍କ ଅର୍ମାନ ବେହେରା ନିଜ ସାଙ୍ଗ ସହ ବୁଲେଟରେ ବଡ଼ମ୍ବା ଅଞ୍ଚଳରେ ଥିବା କୋଚିଂ ସେଣ୍ଟର ଅଭିମୁଖେ ଯାଉଥିଲେ । ମାଣିଆ ବନ୍ଧ ପେଟ୍ରୋଲ ପମ୍ପ ନିକଟରେ ଭୀଷଣ କୁହୁଡ଼ି କାରଣରୁ ବିପରୀତ ଦିଗରୁ କୌଣସି ପ୍ରକାରର ଗାଡିକୁ ଆସିବାର ଜଣା ପଡୁନଥିଲା | ଫଳରେ ସାମ୍ନା ପଟରୁ ଆସୁଥିବା ଘରୋଇ ବସ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଦୁର୍ଘଟଣାରେ ଉଭୟ ନିଜ ବୁଲେଟରୁ ରାସ୍ତା ଉପରେ ଛିଟିକି ପଡିଥିଲେ । ଏହା ପରେ ସ୍ଥାନୀୟ ବାସୀ ସେମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା | ସେଠାରେ ଡ଼ାକ୍ତର ଅର୍ମାନଙ୍କୁ ମୃତ ଘୋଷଣା କରିଥିଲେ । ଏବଂ ଅନ୍ୟ ସାଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ଦୁର୍ଘଟଣା ପରେ ବସ୍ ର ଡ୍ରାଇଭର ମାଣିଆ ବନ୍ଧ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡିଛି | ଏବଂ ଏହା ସହିତ ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଲେଟକୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତ ଅର୍ମାନ ବଡ଼ମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଯୁକ୍ତ ୨ ବାଣିଜ୍ଯ ଦ୍ଵିତୀୟ ବର୍ଷର ଛାତ୍ର ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories