Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦାଦର ପାଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ଖେଳିବେ ଶନିବାର ବ୍ରାହ୍ମଣୀ ପାଲି ଓ ଦେଉଳ ମୁଣ୍ଡା ଦଳ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତ ଦାଦରପାଲି ଗାଁ ଠାରେ ସପ୍ତମ ଦାଦରପାଲି କ୍ରିକେଟ କପ ର ଶୁକ୍ରବାର ପଞ୍ଚମ ଦିବସ ର ମ୍ୟାଚ ଟି ପ୍ରଥମ ମ୍ୟାଚ ରେ ବହଳ ପଦର ଓ ବ୍ରlହ୍ମଣିପାଳି ମଧ୍ୟରେ ହୋଇଥିଲା l ପ୍ରଥମେ ବ୍ରlହ୍ମଣିପାଳି ଦଳ ବ୍ୟାଟିଂ କରି ନିର୍ଧାରିତ ୧୨ଓଭର ରେ ୭ ଉଇକେଟ ହରାଇ ୧୪୨ରନ କରିଥିବା ବେଳେ ବହଳପଦର ଦଳ ୧୨ଓଭର ରେ ୧୦ଉଇକେଟ ହରାଇ ୧୩୮ରନ କରି ପରାସ୍ତ ହୋଇଥିଲା l ଦ୍ଵିତୀୟ ମ୍ୟାଚ ଟି ଦେଉଳମୁଣ୍ଡା ଓ ହିଙ୍ଗମା ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ଦେଉଲମୁଣ୍ଡା ଦଳ ପ୍ରଥମେ ବ୍ୟାଟିଙ୍ଗ କରି ନିର୍ଧାରିତ ୧୦ ଓଭର ରେ ୬ଉଇକେଟ ହରାଇ ୧୧୪ରନ କରିଥିଲା l ଯବାବ ରେ ହିଙ୍ଗମା ଦଳ ୯ଓଭର ୩ ବଳରେ ରେ ୧୦ ଉଇକେଟ ହରାଇ ୭୨ରନ କରି ପରାସ୍ତ ହୋଇଥିଲା l ପ୍ରଥମ ମ୍ୟାଚ ର ବିଜେତା ବ୍ରlହ୍ମଣି ପାଳି ଓ ଦ୍ୱିତୀୟ ମ୍ୟାଚ ର ବିଜେତା ଦେଉଳମୁଣ୍ଡା ଦଳ ଫାଇନାଲ ରେ ପ୍ରବେଶ କରିଛି l ଶନିବାର ବ୍ରlହ୍ମଣିପାଳି ଓ ଦେଉଳମୁଣ୍ଡl ମଧ୍ୟ୍ୟରେ ଫାଇନାଲ ମ୍ୟାଚ ଖେଳ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ସନତ ମହାକୁର ଙ୍କ ସଂଯୋଜନା ରେ ପୁରସ୍କାର ବିତରଣୀ ଉତ୍ସବ ରେ ଦାଦରପାଳି ସ୍କୁଲ ର ପଧାନଶିକ୍ଷକ ମଣ୍ଟୁ ନାଏକ ଓ ସହକାରୀ ଶିକ୍ଷକ ଶରତ ମହାକୁର ଅତିଥି ଭାବରେ ଯୋଗଦେଇ ଦେଉଳମୁଣ୍ଡା ଦଳ ର ଗୌରାଙ୍ଗ ଓ ବ୍ରlହ୍ମଣିପାଳି ର ପ୍ରକାଶ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ରେ ପୁରସ୍କୃତ କରିଥିଲେ ମ୍ୟାଚ ରେ ଅମ୍ପୟାର ପପୁନ କଳତା ଓଶେଷ ଦେବ ଖେତୀ ପରିଚାଳନା କରିଥିବା ବେଳେ ବିହାରୀ ଧାରବିବରଣୀ ପ୍ରଦାନ କରିଥିଲେ ଓ ଶ୍ୟାମ ସୁନ୍ଦର ନାଏକ.ରାଜେନ୍ଦ୍ର ମହାକୁର ବାସୁଦେବ ମେଣ୍ଡିଲି. ଶୁଭଙ୍କର ପଧାନ ରାଜା ନାଏକ ଚକ୍ରଧର ମେଣ୍ଡିଲି. ଦୀପକ ଗାଈଗରିଆ. ରୋହିତ ନାଏକ ସୀତାରାମ ନାଏକ ଆକାଶ ନାଏକ. ରୋହିତ ନାଏକ. ରାଜେନ୍ଦ୍ର ମହାକୁର ସ୍କୋରିଙ୍ଗ ଦାୟିତ୍ୱ ତୁଲାଇଥିଲେ l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ