ସପ୍ତଦୀପା ସାହିତ୍ୟ ସଂସଦ ର 126 ତମ ସାରସ୍ୱତ ଆସର
ବୀରମହାରାଜପୁର :
ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ଉପଲକ୍ଷେ ସପ୍ତଦୀପା ସାହିତ୍ୟ ସଂସଦ ର ୧୨୬ ତମ ସାରସ୍ୱତ ଆସର ରବିବାର ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ.ଦ୍ବିତୀକୃଷ୍ଣ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଶିକ୍ଷାବିତ୍ କୃଷ୍ଣଚନ୍ଦ୍ର ପାଢ଼ୀ , ସମ୍ମାନିତ ଅତିଥି ଜ୍ଞାନେନ୍ଦ୍ର ତ୍ରିପାଠୀ , କମ୍ବୁଧର ସୁନା , ଯୁଗଳ କିଶୋର ମିଶ୍ର ପ୍ରମୁଖ ଯୋଗଦେଇ ସାରସ୍ବତ ବାର୍ତ୍ତା ପ୍ରଦାନ କରିଥିଲେ । ପ୍ରାରମ୍ଭରେ ଧନୁଯାତ୍ରା କମିଟିର ସଭାପତି ତଥା ସପ୍ତଦୀପାର କାର୍ଯ୍ୟକ୍ରମ ସଂଚାଳନ କିଶୋର ହୋତା ସ୍ବାଗତ କରିବା ସହିତ ସଭା ସଂଯୋଜନା କରିଥିଲେ। କବି ପ୍ରଫୁଲ୍ଲ ପ୍ରଧାନ , ଶୁଭ୍ରାଂଶୁ ଶେଖର ପାଢ଼ୀ , ସୁବ୍ରତ ପଣ୍ଡl , ପ୍ରହଲ୍ଲାଦ ନାଏକ , ଧର୍ମ କୁମାର ଶତପଥୀ , ଗୋବିନ୍ଦ ସେଠୀ , ତନ୍ମୟବାଳା ମିଶ୍ର ୍ ବାସୁଦେବ ରଥ , ସନ୍ତୋଷ ଅଦାବର , ସନ୍ତୋଷିନୀ ସାମନ୍ତରା , ସତ୍ପ୍ରାଜ୍ଞ ଶାଶ୍ବତ ଦେହେରୀ , ଯୁଧିଷ୍ଠିର ଖମାରୀ , ଧୃବ ଚରଣ କ୍ଷେତୀ , ଶ୍ୟାମ ଗୋପାଳ ହୋତା , ବିଜୟ କୁମାର ହୋତା ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ।କବିତା ଗୁଡ଼ିକ ଅକ୍ରୂର ହୋତା ଓ ସନ୍ତୋଷିନୀ ନାୟକ ସଂଯୋଜନା କରିଥିଲେ। ଶେଷରେ ଅକ୍ଷୟ କୁମାର ରାଏ ଧନ୍ୟବାଦ ଅର୍ପଣ କରିଥିଲେ।

