ଜାମପାଲି ଭଙ୍ଗlମୁଣ୍ଡା ଶାନ୍ତି ଆନନ୍ଦ ଆଶ୍ରମ ପରିସରରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା
ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଜାମପାଲି – ଭଙ୍ଗାମୁଣ୍ଡା ଶାନ୍ତି ଆନନ୍ଦ ଆଶ୍ରମ ପରିସରରେ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠାକୁ ନେଇ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ସୋମବାର ଶହ ଶହ ସଂଖ୍ୟାରେ ମହିଳା ଓ ପୁରୁଷ କଳସ ଶୋଭାଯାତ୍ରା ନିକଟସ୍ଥ ମହାନଦୀ ନୂଆଗଡ଼ ଘାଟ ରୁ ପୂଜାର୍ଚ୍ଚନା ପରେ ବାହାରି ମନ୍ଦିର କୁ ବିରାଟ ପଟୁଆଡ଼ରେ ଅଣାଯାଇଥିଲା l ତେବେ 3 ତାରିଖ ରୁ 11 ତାରିଖ ପର୍ୟ୍ୟନ୍ତ ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବ l ଏହି ଅବସରରେ ନବାହ ପାରାୟଣ , 56 ପ୍ରହରୀ ନାମଯଜ୍ଞ , କଂସ ଦରବାର , ପ୍ରତିଷ୍ଠା ପୂଜା , ରତ୍ନ କଳସ ସ୍ଥାପନ , ବିଗ୍ରହ ପ୍ରବେଶ ଆଦି କାର୍ଯକ୍ରମ ରହିଛି I ଶାନ୍ତି ଆନନ୍ଦ ଆଶ୍ରମ ର ମହନ୍ତ ହରେକୃଷ୍ଣ ଦାସ ଙ୍କ ସହିତ ମାଧବ ମନ୍ଦିର ପ୍ରତିଷ୍ଠା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ I

