Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଇନଜୀବୀ ପୀତବାସ ପଣ୍ଡାଙ୍କ ହତ୍ୟା ମାମଲାରେ ନୂଆ ଅପଡେର୍ଟ! କୋର୍ଟରେ ହାଜର ହେଲେ ବିକ୍ରମଙ୍କ ସମେତ ୧୫ ଅଭିଯୁକ୍ତ

ବ୍ରହ୍ମପୁର,୨|୨: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା। ଆସିଛି ନୂଆ ଅପଡେର୍ଟ | ପୂର୍ବତ୍ତନ ବିଜେଡି ବିଧାୟକ ବିକ୍ରମ ପଣ୍ଡାଙ୍କ ସହ ୧୫ ଜଣ ଅଭିଯୁକ୍ତଙ୍କୁ ଆଜି ବ୍ରହ୍ମପୁର ଜିଲ୍ଲା କୋର୍ଟରେ ହାଜର କରାଯାଇଛି। ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ସାମିଲ ଥିବା ବିଜେଡି ନେତା ମଦନ ଦଳାଇ ଅସୁସ୍ଥତା କାରଣରୁ ଆଜି ଅଦାଲତରେ ହାଜର ହୋଇ ପାରିନାହାନ୍ତି । ସମସ୍ତ ଅଭିଯୁକ୍ତ ଅଦାଲତରେ ହାଜର ହୋଇନଥିବାରୁ ଜିଲ୍ଲା ଜଜ୍ ଆସନ୍ତା ୬ ତାରିଖକୁ ତାରିଖ ଘୁଞ୍ଚାଇ ଦେଇଛନ୍ତି | ପୁଣି ଥରେ ଦିନ ଧାର୍ଯ୍ୟ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦେଶ ଦେଇଛନ୍ତି | ଅଭିଯୁକ୍ତିଙ୍କ ଓକିଲ ଦୀପକ ପଟ୍ଟନାୟକ ଏହା କହିଛନ୍ତି । ଆଗାମୀ ଦିନରେ ଏହି ମାମଲାର ବିଚାର ପ୍ରକ୍ରିୟା ଏଡିଜେ-୩ କୋର୍ଟରେ ହେବା ସହ ଚାର୍ଜଫ୍ରେମ ହୋଇ ବିଚାରଣ ଆରମ୍ଭ ହେବ ବୋଲି ସେ କହିଛନ୍ତି। ତେବେ ପୂର୍ବରୁ ଏହି ମାମଲାର ଅଭିଯୁକ୍ତ ମାନେ ଅଦାଲତରେ ଜାମିନ ଆବେଦନ କରିଥିବାବେଳେ ତାହା ଖାରଜ ହୋଇଯାଇଛି।

କିଛି ଦିନ ତଳେ ଏସଡିଜେଏମ ଅଦାଲତରେ ଏହି ମାମଲାର କମିଟମେଣ୍ଟ ହୋଇ ମାମଲାଟି ଜିଲ୍ଲା ଅଦାଲତ ଅଧୀନକୁ ଆସିଥିଲା । ଏବଂ ଆଜି ସମସ୍ତ ଅଭିଯୁକ୍ତଙ୍କୁ ଜିଲା ଅଦାଲତରେ ହାଜର ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲା । ସେହିପରି ବ୍ରହ୍ମପୁର ମଣ୍ଡଳ କାରାଗାରରେ ରହୁଥିବା ୧୫ ଜଣ ଅଭିଯୁକ୍ତ ଓ ଫୁଲବାଣୀ ମଣ୍ଡଳ କାରାଗାରରେ ରହୁଥିବା ବ୍ରହ୍ମପୁରର ପୂର୍ବତନ ମେୟର ଶିବ ଶଙ୍କର ଦାସ ଓରଫ ପିଣ୍ଟୁଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ଆଣି ଅଦାଲତରେ ହାଜର କରାଯାଇଥିଲା । ଆଉ ଏଥିପାଇଁ ଜିଲ୍ଲା ଅଦାଲତ ପରିସରରେ ବ୍ୟାପକ ପୁଲିସ ନିଯୁକ୍ତ କରାଯାଇଥିଲା ।

ସୂଚନାଯୋଗ୍ୟ, ରାଜନୈତିକ ଏବଂ ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପିତବାସ ପଣ୍ଡାଙ୍କୁ ଅକ୍ଟୋବର ୬ ତାରିଖ କୁମାର ପୂର୍ଣ୍ଣିମା ରାତିରେ ତାଙ୍କ ଘର ଠାରୁ କିଛି ଦୂର ବୈକୁଣ୍ଠନଗର ଛକରେ ଗୁଳି କରି ହତ୍ୟା କରାଯାଇଥିଲା । ଏ ନେଇ ବୈଦ୍ୟନାଥପୁର ଥାନାରେ ଏକ ହତ୍ୟା ମାମଲା ରୁଜୁ କରାଯାଇଥିଲା । ପୋଲିସ ସାର୍ପସୁଟର କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନ ସମେତ ପୂର୍ବତନ ବିଧାୟକ, ପୂର୍ବତନ ମେୟର, ବିଜେଡି ନେତା ମଦନ, ବିଜେଡି କର୍ପୋରେଟର ମଳୟ ବିଷୋୟୀ, ଶୂନ୍ୟଚନ୍ଦ୍ର ଦାଶ, ସୁନୀଲ ହୋତା, ଉମା ବିଷୋୟୀ, ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ, କୁନ୍ଦ କୁମାର, ଶିଶୁପାଳ କୁମାର ପାଶ୍ବାନ, ଯୋଗୀ ରାଉତ, ରାଜେନ୍ଦ୍ର ସାହୁ, କାଳୁଚରଣ ଭୂୟାଁଙ୍କୁ ମିଶାଇ ସମୁଦାୟ ୧୬ ଜଣଙ୍କୁ ଗିରଫ କରିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories