Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଙ୍ଗାମୁଣ୍ଡା ଦୁର୍ଗା ମାଧବ ମନ୍ଦିର ପ୍ରତିଷ୍ଠା ଉପଲକ୍ଷେ ନବାହ ପରାୟଣ

ବୀରମହାରାଜପୁର :
ବୀରମହାରାଜପୁର ଉପକଣ୍ଠ ଭଙ୍ଗାମୁଣ୍ଡା ଠାରେ ନବ ନିର୍ମିତ ଦୁର୍ଗାମାଧବ ମନ୍ଦିର ପ୍ରତିଷ୍ଠା ପାଇଁ ମଙ୍ଗଳବାର ପୂର୍ବାହ୍ନ ୯-୦୦ ଘ ସମୟରେ ରାମାୟଣ ନବାହ ପାରାୟଣ ଆରମ୍ଭ ହୋଇଯାଇଛି । ମଠର ମହନ୍ତ ହରେକୃଷ୍ଣ ଦାସ୍‌ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ୟାସ ଗାୟକ ଭାବରେ ତରଣୀ ସେନ ତ୍ରିପାଠୀ ଓ ସାଥୀ ପରିବେଷଣ କରୁଥିବା ବେଳେ ଶ୍ରୀନିବାସ ନାୟକ ପୂଜକ ଭାବରେ ରହିଛନ୍ତି ।
ପ୍ରତିଷ୍ଠା କମିଟିର ସଭାପତି ସାଫି ମେହେର , ସଂପାଦକ ମହାଦେବ ନାଏକ , କମିଟି ସଦସ୍ୟ , ଉଦ୍ଧବ ମେହେର ପ୍ରମୁଖ ସମସ୍ତ କାର୍ଯ୍ୟ ପରିଚାଳନା କରୁଛନ୍ତି । ଆଚାର୍ଯ୍ୟ ଗୋପାଳ ପାଢ଼ୀ ଓ ଆଶୁତୋଷ ପୁରୋହିତ ଯଥାକ୍ରମେ ନାମ ମଣ୍ଡପ ଓ ଯଜ୍ଞ ମଣ୍ଡପ ର ପୂଜା କାର୍ଯ୍ୟ ନିର୍ବାହ କରୁଛନ୍ତି। ଗଜାନନ ପଣ୍ଡା, ଗଣେଶ ପଣ୍ଡା ଓ ଅଶ୍ବିନୀ ପଣ୍ଡା ପ୍ରମୁଖ ଜପକ କାର୍ଯ୍ୟ ତୁଲାଉଛନ୍ତି । ଏହି ଦିବ୍ୟ କାର୍ଯ୍ୟକ୍ରମରେ ଉମେଶ ପ୍ରସାଦ ରଥ , ତ୍ରିପୁରାରି ମଲ୍ଲିକ ,ଉମେଶ ପଧାନ, ପ୍ରଦ୍ୟୁମ୍ନ କର୍ମୀ , ପ୍ରଫୁଲ୍ଲ ବେହେରା, ନାରାୟଣ ସାହୁ , ଜଗଦୀଶ ମେହେର , ଚୈତନ୍ୟ ପଧାନ ,ପଞ୍ଚୁ ମେଣ୍ଡିଲି, ରାମଚନ୍ଦ୍ର ପ୍ରଧାନ, ଦାଶରଥି ଭୋଇ, ଅଯତ୍ନ କଲତା ପ୍ରମୁଖ ସହଯୋଗ କରୁଛନ୍ତି।ପ୍ରଶନ୍ନ ମେହେର, ସୁଶୀଳା ମେହେର, ରଞ୍ଜନ ମେହେର, ବିଷ୍ଣୁପ୍ରିୟା ମେହେର , କିଶୋର ମେହେର, ରେବତୀ ମେହେର , ଶଙ୍କର ମେହେର, କବିତା ମେହେର, ତ୍ରିପୁରାରୀ ମଲ୍ଲିକ , ଗିରିଜା ମଲ୍ଲିକ , ଶତୃଘନ ମେହେର, ସୁବାସିନୀ ମେହେର , ସଚିଦା ମେହେର , ରୀତା ମେହେର , ଶିବ ମେହେର , ଜାହ୍ନବୀ ମେହେର , ସଞ୍ଜିବ ସାହୁ , ମୁକ୍ତା ସାହୁ, ଜଗଦୀଶ ମେହେର , ରଇବାରୀ ମେହେର , ସନ୍ତୋଷ ବେହେରା , ପାର୍ଥବୀ ବେହେରା ପ୍ରମୁଖ କର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି। ପ୍ରକାଶ ଥାଉକି ଚଳିତ ୩ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ଏହି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି କମିଟି ସୂତ୍ରରୁ ପ୍ରକାଶ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ