Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବଲପୁର ତଲାବିରା ଖଣି ଦୁର୍ନୀତି ମାମଲା; ତଦନ୍ତ କରିବ ସିବିଆଇ ଟିମ୍

ସମ୍ବଲପୁର,୩|୨: ତଲାବିରା କୋଇଲା ଖଣି ଦୁର୍ନୀତି ମାମଲାରେ ତଦନ୍ତ କରିବ ସିବିଆଇ। ଏନେଇ ଆଜି ନୂଆଦିଲ୍ଲୀରୁ ସିବିଆଇର ଏକ ଟିମ୍ ସମ୍ବଲପୁରରେ ପହଞ୍ଚିଛି | ଖିଣ୍ଡା ପଞ୍ଚାୟତ କାର୍ଯ୍ୟାଳୟରେ ଅଧିବାସୀଙ୍କୁ କରାଯିବ ଜେରା । କୋଇଲା ଦୁର୍ନୀତି ସଂକ୍ରାନ୍ତରେ ପଚରାଉଚରା କରିବ ସିବିଆଇ। ୧୯୯୪ ମସିହା ଫେବ୍ରୁଆରିରେ ଇଣ୍ଡଲ ତଥା ବର୍ତ୍ତମାନର ହିଣ୍ଡାଲ୍‌ ଇଣ୍ଡଷ୍ଟ୍ରିକୁ ତଲାବିରା-୧ କୋଇଲା ଖଣି ଆବଣ୍ଟନ କରାଯାଇଥିଲା। କୋଇଲା ଖନନ ପାଇଁ ଯେତିକି ମାତ୍ରାର ଅନୁମତି ମିଳିଥିଲା, ହିଣ୍ଡାଲ୍‌ ତାଠାରୁ ବହୁ ଅଧିକ ପରିମାଣର କୋଇଲା ଖନନ କରିଥିବା ନେଇ ଅଭିଯୋଗ ହୋଇଥିଲା । ସେତିକି ନୁହେଁ, ସରକାରଙ୍କ ପକ୍ଷରୁ ଦିଆଯାଉଥିବା ଆବଶ୍ୟକ ଅନୁମତି ବିନା ଏ କୋଇଲା ଖନନ କାର୍ଯ୍ୟ ଆରମ୍ଭ କରିଥିଲା କମ୍ପାନି। ପୂର୍ବରୁ ତଲାବିରା କୋଇଲା ଦୁର୍ନୀତିରେ ସିବିଆଇ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଥିଲା । ଯାହା ଏବେ ତଦନ୍ତ ପରିସରକୁ ଆସିଛି |

କିନ୍ତୁ ପରବର୍ତ୍ତୀ ସମୟରେ ମାମଲାକୁ ବନ୍ଦ କରିଦିଆଯାଇଥିଲା। ତେବେ, ୨୦୧୪ ମସିହାରେ ସ୍ଥାନୀୟ ଲୋକମାନଙ୍କ ଅଭିଯୋଗ ପରେ ପୁଣି ସିବିଆଇ ପକ୍ଷରୁ ଏକ ନୂଆ ମାମଲା ରୁଜୁ କରାଯାଇଥିଲା । ଏଥିରେ କେତେକ ଅଜ୍ଞାତ ସରକାରୀ ଅଧିକାରୀ ଏବଂ ହିଣ୍ଡାଲ୍‌କୋ ଇଣ୍ଡିଷ୍ଟ୍ରିକୁ ଦାୟୀ କରିଥିଲେ । ସେହି ସମୟରେ ମୁମ୍ବାଇ ସମେତ ସମ୍ବଲପୁର ଜିଲ୍ଲାର ୪ଟି ଜାଗାରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା । ୨୦୨୨ ମସିହାରେ ପୁଣି ଥରେ ସିବିଆଇ ପକ୍ଷରୁ ତଦନ୍ତ କରାଯାଇଥିଲା । ତେବେ ଆଜି ପୁଣି ଥରେ ସିବିଆଇ ପକ୍ଷରୁ ଜେରା ଆରମ୍ଭ କରାଯିବ। ଏନେଇ ଇନ୍‌ସ୍ପେକ୍ଟର ରବିରାଜ ଖଟିକଙ୍କ ନେତୃତ୍ୱରେ ଏକ ଟିମ୍ ସମ୍ବଲପୁରରେ ପହଞ୍ଚି ପଞ୍ଚାୟତ କାର୍ୟ୍ୟାଳୟରେ ଖିଣ୍ଡା ଓ ବାବୁଖିଣ୍ଡା ଗାଁର ୧୯ ଜଣ ଲୋକଙ୍କ ସମେତ ଖିଣ୍ଡାର ହେମନ୍ତ ରାଉତ ଓ ତଲାବିରାର ପଦ୍ମ ଧୋଜଙ୍କୁ ସ୍ବତନ୍ତ୍ର ଭାବେ ସିବିଆଇ ପଚରାଉଚରା କରିବ ବୋଲି ଜଣା ପଡିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ