Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭିକିଙ୍କୁ ଅଣଦେଖା କଲେ ସଲମାନ; ଧକ୍କା ମାରି ହଟେଇଲେ ବଡିଗାର୍ଡ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନ ଏବଂ ଅଭିନେତା ଭିକି କୌଶଲ ଆବୁଧାବିରେ ଅନୁଷ୍ଠିତ ହେବାକୁ ଥିବା IIFA 2023 ରେ ଯୋଗଦେବାକୁ ପ୍ରସ୍ତୁତ ହେଉଛନ୍ତି। ତାଙ୍କ ସହିତ ଏହି ବିଶେଷ ସମାରୋହରେ ଅନେକ ତାରକା ମଧ୍ୟ ଯୋଗଦେବେ। ଏବେ ସଲମାନ ଏବଂ ଭିକିଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ସଲମାନ ଭିକିଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଛି। ଏହା ଦେଖି ପ୍ରଶଂସକ ଅସନ୍ତୋଷ ପ୍ରକାଶ କରିଥିବା ଦେଖିବାକୁ ମିଳିଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ ଭିକି ତାଙ୍କର ଜଣେ ଫ୍ୟାନ୍‌ଙ୍କ ସହ ସେଲଫି ନେଉଛନ୍ତି। ଏହି ସମୟରେ ସଲମାନ ତାଙ୍କ ଅଙ୍ଗରକ୍ଷୀଙ୍କ ସହ ସେଠାରେ ପହଞ୍ଚୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଭିକି ସଲମାନଙ୍କ ସହ କିଛି କଥା ହେଉଥିବା ବେଳେ ସଲମାନଙ୍କ ଅଙ୍ଗରକ୍ଷୀ ତାଙ୍କୁ ଆଡେଇ ଦେଉଥିବା ଦେଖିବାକୁ ମିଳିଛି। ଭିକି ସଲମାନଙ୍କ ସହ ହାତ ମିଳାଇବାକୁ ଚେଷ୍ଟା କରୁଥିବା ବେଳେ, କିନ୍ତୁ ସଲମାନ ତାଙ୍କୁ ଅଣଦେଖା କରି ସେଠାରୁ ଚାଲିଯାଉଛନ୍ତି।

ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ପ୍ରଶଂସକଙ୍କ ମଧ୍ୟରେ ଉଦବେଗ ପ୍ରକାଶ ପାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ