Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପ୍ରସଙ୍ଗରେ ବଡ ବୟାନ ଦେଲେ ପିସିସି ସଭାପତି

ଭୁବନେଶ୍ୱର,୩|୧: ନୂଆ ପୌର ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ପ୍ରସଙ୍ଗ ବିଷୟ ନେଇ ବଡ ବୟାନ ଦେଇଛନ୍ତି କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ। ବୟାନରେ, ସେ ପୌର ଏବଂ ଏନ୍‌ଏସି ନିର୍ବାଚନ ବାଲଟ୍‌ ପେପରରେ କରିବାକୁ ନେଇ ଦାବି କରିଛନ୍ତି। ଏହି ନିର୍ବାଚନ ବାଲଟ୍‌ ପେପରରେ କରିବାକୁ ନିର୍ବାଚନ କମିଶନରଙ୍କୁ ମଧ୍ୟ ପ୍ରସ୍ତାବ ଦିଆଯିବ ବୋଲି ଗଣମାଧ୍ୟମକୁ ଭକ୍ତ ସୂଚନା ଦେଇଛନ୍ତି | ସେ ଆହୁରି କହିଛନ୍ତି, ଇଭିଏମ୍‌ରେ ଭୋଟ ଚୋରି ହେଉଛି, ତେଣୁ ନିର୍ବାଚନ ବାଲଟ୍‌ରେ କରିବାକୁ ଦାବି ଉଠାଉଛୁ । ଏହା ସହିତ ଆମେ ନିର୍ବାଚନ ପାଇଁ ପୁରା ପ୍ରସ୍ତୁତ ଅଛୁ।

ସୂଚନାଯୋଗ୍ୟ, ରାଜ୍ୟରେ ୨୮ଟି ବିଜ୍ଞାପିତ ଅଞ୍ଚଳ ପରିଷଦ(ଏନ୍‌ଏସି) ଏବଂ ୭ଟି ପୌରପାଳିକା (ମ୍ୟୁନିସିପାଲିଟି)ର ନିର୍ବାଚନ ଲାଗି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏହି ସଂକ୍ରାନ୍ତରେ ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ ୧୮ ଜିଲ୍ଲାପାଳଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି। ଆସନ୍ତା ମାର୍ଚ୍ଚ ସୁଦ୍ଧା ନିର୍ବାଚନ ପ୍ରକ୍ରିୟା ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫେବ୍ରୁଆରି ୨୬ରେ ସୀମା ପୁନଃ ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବାବଦରେ ପ୍ରକାଶ ପାଇବ ବିଜ୍ଞପ୍ତି । ଏହାପରେ ମାର୍ଚ୍ଚ ୨୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ପ୍ରକାଶ ପାଇଥିବା ବିଜ୍ଞପ୍ତି ଉପରେ ଅଭିଯୋଗ ଆବେଦନ ଗ୍ରହଣ କରାଯିବ । ଘୋଷଣାର ୬ ମାସ ସୁଦ୍ଧା ନିର୍ବାଚନ ସାରିବା ସହ ସୀମା ପୁନଃନିରଦ୍ଧାରଣ ଏବଂ ସଂରକ୍ଷଣ କାମ ତୁରନ୍ତ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories