Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉଲୁଣ୍ଡା ଶିଶୁ ବିଦ୍ୟାମନ୍ଦିର ରେ ଆଲିନା ପଲ୍ଲବୀକା ଶିଶୁ ଉଦ୍ୟାନ ପ୍ରତିଷ୍ଠା ଦିବସ ପାଳିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଲବ ଭରାସାଗରଙ୍କ ତତ୍ତ୍ଵାବଧାନରେ “ଆଲିନା ପଲ୍ଲବୀକା ଶିଶୁ ଉଦ୍ୟାନ”ର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ସ୍ବର୍ଗତ ସୁଶ୍ରୀ ଏଲିନା ପଲ୍ଲବୀକା ୫ମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ । ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏହି ଉଦ୍ୟାନଟି ନାମିତ ହୋଇଛି। ଆଜି ତାର ପ୍ରତିଷ୍ଠା ଦିବସ ବିଦ୍ୟାଳୟରେ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ତାଙ୍କ ମାତା ବୀଣାପାଣି ପାଣ୍ଡିଆ ଦୀପ ଲଗାଇ ସମସ୍ତଙ୍କ ଶୁଭ କାମନା କରିବା ସହ ଏହି ଉଦ୍ୟାନର ଉନ୍ନତି ପାଇଁ ସଦା ସର୍ବଦା ସହଯୋଗର ହାତ ବଢାଇବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ଏବଂ ସମସ୍ତ ଛାତ୍ର ଛାତ୍ରୀଙ୍କୁ ବାଲ ଭୋଜନର ବ୍ୟବସ୍ଥା କରାଇଥିଲେ । ମନିଶ ପାଣ୍ଡିଆ, ଜ୍ୟୋତିର୍ମୟୀ ପାଣ୍ଡିଆ ଓ କ୍ରୀଷ୍ଣା ପାଣ୍ଡିଆ ଆଦି ପରିବାର ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ବିଦ୍ୟାଳୟର ସଭାପତି ବିଜୟ ବାରିକ ଅତିଥି ପରିଚୟ ପ୍ରଦାନ୍ କରିଥିବା ବେଳେ ସ୍ୱାଗତ୍ ଭାଷଣ ଦେଇଥିଲେ ସଭ୍ୟା ମୌସୁମୀ ପଣ୍ଡା। ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା , ଛାତ୍ରଛାତ୍ରୀ , ସେବକ ସେବିକା ଭଉଣୀର ଆତ୍ମାର ଶାନ୍ତି ପାଇଁ ସମସ୍ତେ ୨ମିନିଟ୍ ନିରବ ପ୍ରାର୍ଥନା କରିଥିଲେ । ଶେଷରେ ସଭ୍ୟା ବେଦମତୀ ବାଗ୍ ଧନ୍ୟବାଦ ଦେଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ