ବୀରମହାରାଜପୁର ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କଂସ ବଧ ସହିତ ଉଦଯାପିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଜୁ ପଟ୍ଟନାୟକ ମିନି ଷ୍ଟାଡିୟମ ଠାରେ ଚତୁର୍ଥ ବୀରମହାରାଜପୁର ଧନୁଯାତ୍ରା ମହୋତ୍ସବ ସପ୍ତମ ସନ୍ଧ୍ୟା ରେ ଉଦଯାପିତ ହୋଇଯାଇଛି l ଅଷ୍ଟମଲ୍ଲ ନିଧନ ପରେ କଂସ ମହାରାଜ ଓ କୃଷ୍ଣ ଙ୍କ ମଧ୍ୟରେ ଯୁଦ୍ଧ କଂସ କୃଷ୍ଣଙ୍କୁ ଦେଖି ମଞ୍ଚାରୁ ପଡି ମୃତ୍ୟୁ ବରଣ କଲେ l ଧନୁଯାତ୍ରା ର ସଭାପତି କିଶୋର ହୋତା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ରେ ୭ ଦିନଧରି ଚାଲିଥିବା ଉକ୍ତ ଯାତ୍ରାରେ କଂସ ଭୂମିକାରେ ନିଖୁଣ ଅଭିନୟ ମନରଞ୍ଜନ ର ଖୋରାକ ଯୋଗାଉ ଥିବାବେଳେ, ମିନା ବଜାର ଲୋକଙ୍କୁ ଅଧିକ ଆକର୍ଷଣ କରୁଛି l ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ବୟନିକା ଅଧ୍ୟକ୍ଷ ପ୍ରକାଶ ମେହେର ଯୋଗଦେଇଥିଲେ I ଅନ୍ୟ ମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଗୋରେଖ ନାଥ ସାହୁ , ମିନା ମହାରଣା , ସତ୍ୟଞ୍ଜୀବ ମିଶ୍ର , ଅଞ୍ଜଳି ପଟେଲ , ପ୍ରଦୀପ ମିଶ୍ର ,, ଗଦାଧର ବାରିକ, ବଳଦେବ ବେଦବାକ, ଶ୍ୟାମାଓଁ ପ୍ରସାଦ ମିଶ୍ର , ପ୍ରଦ୍ୟୁମ୍ନ ପାଢ଼ୀ , ରମଣୀ ଦନ୍ତା ,ସତ୍ୟବ୍ରତ ମିଶ୍ର , ସୁମନ୍ତ ଜଗଦଲା , ବିପିନ ପଣ୍ଡା ପ୍ରମୁଖ ଯୋଗ ଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ l ଏହି ଉପଲକ୍ଷେ ମିନା ବଜାର ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ମଞ୍ଚ ଉଦଘୋଷକ ଭାବରେ ଅଭିମନ୍ୟୁ ବର୍ଗତ୍ତି, ଡ଼କ୍ଟର ଦ୍ବିତିକୃଷ୍ଣ ପଣ୍ଡl , ଯୁଗଳ କିଶୋର ମିଶ୍ର, ତନ୍ମୟବାଳା ମିଶ୍ର , ସନ୍ତୋଷିନୀ ନାୟକଙ୍କୁ ସମର୍ଦ୍ଧନା ଦିଆଯାଇଥିଲା l ବରିଷ୍ଠ କଳାକାର ଅଇଁଠୁ ସାହୁ, ଏବଂ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ମାହେଶ୍ୱରୀ ସେନାଙ୍କୁ ମଧ୍ୟ ସମର୍ଦ୍ଧନା ଦିଆ ଯାଇଥିଲା l ଅଷ୍ଟମ ଦିନରେ ବରିଷ୍ଠ ନାଗରିକ ସଙ୍ଘ ର କର୍ମକର୍ତ୍ତା ମାନଙ୍କ ଦ୍ୱାରା ପର ଆପଣା , ଆପଣା ପର , ସମାଜିକ କ୍ଷୁଦ୍ର ନାଟକ ପରିବେଷଣ କରାଯାଇଥିଲା l ଉକ୍ତ ନାଟକରେ ଦିଲ୍ଲୀପ କୁମାର ତ୍ରିପାଠୀ , ସୁରୁ ସାହୁ, ଜ୍ଞାନେନ୍ଦ୍ର ତ୍ରିପାଠୀ , ଅକ୍ଷୟ ମିଶ୍ର ପ୍ରମୁଖ ଅଭିନୟ କରିଥିଲେ l ଯୁଗଳ କିଶୋର ମିଶ୍ର , ଏବଂ ନବୀନ ଦାଶ ପ୍ରମୁଖ ସଙ୍ଗୀତ ପରିଚାଳନା କରିଥିଲେ l

