ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ହେବ ଖୁବ ସହଜ! PIN ପରିବର୍ତ୍ତେ ବ୍ୟବହାର ହେବ ଫେସ୍ ID ଏବଂ ଫିଙ୍ଗରପ୍ରିଣ୍ଟ
ନୂଆଦିଲ୍ଲୀ,୪|୨: ଏଣିକି ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ହେବ ଆହୁରି ସହଜ । ସରକାର ଆଣିବାକୁ ଯାଉଛନ୍ତି ନୂଆ ସୁବିଧା । UPI ବ୍ୟବହାରକାରୀଙ୍କ ପାଇଁ ଟ୍ରାଞ୍ଜାକ୍ସନ୍ ହେବ ସୁପର ଫାଷ୍ଟ । ଭାରତର ଡିଜିଟାଲ ପେମେଣ୍ଟ ଇତିହାସରେ ଆସିବ ନୂଆ ମୋଡ଼ |
ସୂଚନା ଅନୁସାରେ, ପେମେଣ୍ଟ ଟ୍ରାଞ୍ଜାକ୍ସନ ସମୟରେ PIN ଉପରେ ନିର୍ଭରଶୀଳତା କମିବାର ସମ୍ଭାବନା ରହିଛି । ଏହା ପରିବର୍ତ୍ତେ ଫେସ୍ ID ଓ ଫିଙ୍ଗରପ୍ରିଣ୍ଟ ଭଳି ବାୟୋମେଟ୍ରିକ୍ ସୁବିଧା ଲାଗୁ କରାଯିବାର ଯୋଜନା ରହିଛି ଯାହା ପେମେଣ୍ଟ ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ କରିବ | UPI Lite ଭଳି ସୁବିଧା ମାଧ୍ୟମରେ ଟ୍ରାଞ୍ଜାକ୍ସନ୍ ଆହୁରି ସହଜ ହେବାକୁ ଯାଉଛି । ଏହା ସହିତ ଏକାଧିକ ବ୍ୟକ୍ତି ଜଡିତ ଆକାଉଣ୍ଟ ପାଇଁ Multi-approval ବ୍ୟବସ୍ଥା ମଧ୍ୟ ଆସିପାରେ ।
ଏହା ସହିତ ଭାରତ ସରକାର Alipayକୁ UPI ( ୟୁନିଫାଏଡ ପେମେଣ୍ଟ୍ସ ଇଣ୍ଟରଫେସ) ସହ ଯୋଡିବାର ସମ୍ଭାବନା ଉପରେ ଆଲୋଚନା କରାଯାଉଛି | ତେବେ ଏହାର ମୂଳ ଲକ୍ଷ ହେଉଛି, UPI ପେମେଣ୍ଟ ପ୍ରକ୍ରିୟାକୁ କେବଳ ଭାରତରେ ନୁହେଁ ଆନ୍ତର୍ଜାତୀୟ ସ୍ତରରେ ମଧ୍ୟ ବ୍ୟବହାର ଯୋଗ୍ୟ କରିବା । ଏହି ପରିବର୍ତ୍ତନ ହେଲେ ଭାରତୀୟଙ୍କୁ ବିଦେଶରେ payment କରିବାରେ ସୁବିଧା ଆଣିବ । ଏହା ଦ୍ୱାରା ଭାରତରେ ମଧ୍ୟ ଗ୍ରାମ ଠାରୁ ଆରମ୍ଭ କରି ସହର ଯାଏଁ, ସବୁଠି UPI ବ୍ୟବହାର ବହୁଳ ମାତ୍ରାରେ ବଢିବ । ସାଇବର୍ ସୁରକ୍ଷାକୁ ମଧ୍ୟ ଏହି ଅପଡେଟ୍ରେ ଗୁରୁତ୍ୱ ଦିଆଯାଇଛି । ସରକାରଙ୍କ ଡିଜିଟାଲ୍ ଇଣ୍ଡିଆ ଲକ୍ଷ୍ୟ ଏହାକୁ ଆହୁରି ଶକ୍ତିଶାଳୀ କରିବା ନେଇ ଆଶା ରହିଛି ।

