Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କୋଟସମଲାଇ ଶ୍ରୀ ଜଗନ୍ନାଥ ଏକାଡେମୀ ରେ ବିଦାୟୀ ଉତ୍ସବ ସ୍ଵପ୍ନ ର ଡାକ ଅନୁଷ୍ଠିତ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଶ୍ରୀ ଜଗନ୍ନାଥ ଏକାଡେମୀ କୋଟସମଲାଇରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ବିଦାୟୀ ଉପଲକ୍ଷେ “ସ୍ୱପ୍ନର ଡାକ’ ଶୀର୍ଷକ ଏକ ଭାବପ୍ରବଣ ବିଦାୟୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପରିଚାଳନା କମିଟିର ସଭାପତି ବାବୁଲାଲ ମନ୍ତ୍ର ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିବାବେଳେ ପଞ୍ଚସଖା ଶିକ୍ଷା ସେତୁର ସଭାପତି ନଲିନିକାନ୍ତ ବାଘ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସଭାର ଅଧ୍ୟକ୍ଷତା ପ୍ରଧାନ ଶିକ୍ଷକ ସୁଧୀର କୁମାର ହୋତା କରିଥିଲେ । ଅନ୍ୟାନ୍ୟ ଉପସ୍ଥିତ ଅତିଥି ଓ ଶିକ୍ଷକବୃନ୍ଦ ମଧ୍ୟରେ ଅମିତ ପାତ୍ର, ଅନିରୂଦ୍ଧ ପାଢ଼ୀ, ସାନ ଡାଙ୍ଗ, ହୃଷୀକେଶ ପଧାନ, ବିଜୟ କୁମାର ହୋତା, ପ୍ରଫୁଲ୍ଲ ସାହୁ ଏବଂ ଭଗବତୀ ହୋତା ପ୍ରମୁଖ ଥିଲେ। ଅତିଥିମାନେ ତାଙ୍କ ଉଦବୋଧନରେ ଛାତ୍ରଛାତ୍ରୀମାନଙ୍କୁ ଆତ୍ମବିଶ୍ୱାସ , ଶିଷ୍ଟାଚାର ଓ ସତ୍ୟନିଷ୍ଠା ସହ ଆଗାମୀ ଜୀବନପଥରେ ଅଗ୍ରସର ହେବାକୁ ପରାମର୍ଶ ଦେଇଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଭାବପ୍ରବଣ ମୁହୂର୍ତ୍ତମାନେ ଉପସ୍ଥିତ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ଶେଷରେ ଶଙ୍ଖସିନ୍ଧୁ ପୁରୋହିତ ଧନ୍ୟବାଦ ଜ୍ଞାପନ କରି ସଭାର ସମାପ୍ତି ଘୋଷଣା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ