ବୀରମହାରାଜପୁର କଲେଜ ରେ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ଉଦଘାଟିତ
ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ମହାବିଦ୍ୟାଳୟ ଠାରେ ଯୁକ୍ତତିନି ପ୍ରଥମ ବର୍ଷ ଛାତ୍ରୀ ମାନଙ୍କ ନିମନ୍ତେ ଉଦ୍ଦିଷ୍ଟ ଆତ୍ମ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ ସୋମବାର ଉଦଘାଟିତ ହୋଇଯାଇଛି I ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ଼. ହିମାଂଶୁ ଶେଖର ପାଢୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଡ଼. ବନ୍ଦିତା ବିଶ୍ଵାଳ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବରେ ଅଧ୍ୟାପିକା ଯାମିନୀ ଦାଶ ଏବଂ ହରପ୍ରିୟା ମହାପାତ୍ର ଯୋଗଦେଇ ବକ୍ତବ୍ୟ ରଖିଥିଲେ I ଅନ୍ୟମାନଙ୍କ ମଧ୍ୟରେ କାର୍ଯ୍ୟକ୍ରମର ସଂଯୋଜିକା ଡ଼. ସୁଶ୍ରୀ ପ୍ରିୟଦର୍ଶିନୀ ପଣ୍ଡା ଏବଂ ସହ ସଂଯୋଜିକା ଅଧ୍ୟାପିକା ନିତାରାଣୀ ପଧାନ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋଚନା କରିଥିଲେ I ଏହା ସହିତ ଅଧ୍ୟାପିକା ସୁପ୍ରଭା ନନ୍ଦ ଛାତ୍ରୀ ମାନଙ୍କୁ ସକ୍ରିୟ ଯୋଗଦାନ କରିବା ପାଇଁ ପରାମର୍ଶ ଦେଇଥିଲେ I ଏମାନଙ୍କ ସହିତ ବିଦ୍ୟୁତ ପ୍ରଭା ରଥ, ମାଳତୀ ନାଏକ, ସୋନାଲି ମହାକୁର ପ୍ରମୁଖ ଅଧ୍ୟାପିକା ଉପସ୍ଥିତ ରହି ଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ I କାର୍ଯ୍ୟକ୍ରମର ପ୍ରଶିକ୍ଷିକା ଶିବାନୀ ପ୍ରଧାନ, ଦିବ୍ୟଜ୍ୟୋତି ପ୍ରଧାନ ଏବଂ ଅଙ୍କିତା ସାହୁଙ୍କ ସହିତ ଶତାଧିକ ଛାତ୍ରୀ ଉପସ୍ଥିତ ଥିଲେ I

