Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଇନ୍ଦିରା ଗାନ୍ଧୀ ଉଚ୍ଚ ବିଦ୍ୟାଳୟ ରେ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଅଛି। ଜିଲ୍ଲା କୁଷ୍ଠ ଅଧିକାରୀ ଡାକ୍ତର ତ୍ରିବିକ୍ରମ ପାଣ୍ଡିଆ ଓ ଜିଲ୍ଲା କୁଷ୍ଠ ସଂଯୋଜନା ଅଧିକାରୀ ଡାକ୍ତର ଗୌରୀ ଶଙ୍କର ପଣ୍ଡା ଙ୍କ ସହିତ ବୀରମହାରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର BNLW ଜଗଦୀଶ ମେହେର ଓ ବହଳପଦର୍ ସେକ୍ଟର ର ସୁପର ଭାଇଜର ଗିରିଧାରୀ ସାହୁ ଙ୍କ ସହିତ ଏହି ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସନ୍ତୋଷ କୁମାର ରଥ ଓ ଅନ୍ୟାନ୍ୟ ଶିକ୍ଷକ ଓ ଶିକ୍ଷୟତ୍ରୀ ,ଆଶା ଦିଦି ଉପସ୍ଥିତ ଥିଲେ। ଏହି କାର୍ଯ୍ୟ କ୍ରମରେ କୁଷ୍ଠ ସଚେତନତା କାର୍ଯ୍ୟକ୍ରମ ଉପରେ ଥିବା ଏହି ବର୍ଷର ଥିମ୍ ଭେଦ ଭାବ ର ଅନ୍ତ ଓ ମର୍ଯ୍ୟାଦା ର ସୁନିଚିତ କରିବା ବିଷୟରେ ସମସ୍ତଙ୍କୁ ଅବଗତ କରାଯାଇଥିଲା । ଶେଷରେ କୁଷ୍ଠ କୁ ନେଇ ଏକ ପ୍ରତିଯୋଗିତା କରି ୧୦ ଜଣ କୃତି ଛାତ୍ର ଛାତ୍ରୀ ଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ଏକ ସଚେତନତା ରାଲି ଗ୍ରାମ ପରିକ୍ରମା କରିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ