Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଉକୁଣୀ ଲାଗି କୁନି ଝିଅର ଜୀବନ ଗଲା! ମୁଣ୍ଡ ଖପୁରୀକୁ ଆକ୍ରାନ୍ତ ପରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ପୁରୀ,୯|୧: ମୁଣ୍ଡରେ ରହିଛିକି ଉକୁଣୀ? ତାହାଲେ ହୋଇ ଯାଆନ୍ତୁ ସତର୍କ! ଯଦି ସମୟ ଥାଉ ଏହାକୁ ମୁଣ୍ଡରୁ ଶେଷ ନ କରାଯାଏ ତେବେ ଏହା ଜୀବନ ପାଇଁ ନେବାକୁ ମଧ୍ୟ ପଛାଏନାହିଁ | ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲାର ବଳଙ୍ଗା ଥାନା ଅନ୍ତର୍ଗତ ଚମ୍ପାଗଡ଼ ସାହିରେ | ଯେଉଁଠି ମୁଣ୍ଡରେ ଅତ୍ୟଧିକ ଉକୁଣୀର ପ୍ରଭାବରେ କୁନି ଝିଅର ଜୀବନ ଯାଇଛି | ପରିବାର ଲୋକଙ୍କ ଦାୟିତ୍ବହୀନତା ଯୋଗୁଁ ୧୨ ବର୍ଷିୟା ନାବାଳିକାର ମୃତ୍ୟୁ ହୋଇଛି ବୋଲି ଆଲୋଚନା ହେଉଛି । ତେବେ ମୃତକ ନାବାଳିକା ହେଲେ ଲିଙ୍ଗରାଜ ସାହୁଙ୍କ ୧୨ ବର୍ଷୀୟ ଝିଅ ଲକ୍ଷ୍ମୀପ୍ରିୟା ସାହୁ ।

ସୂଚନା ଅନୁସାରେ, ଲକ୍ଷ୍ମୀପ୍ରିୟା ସ୍ଥାନୀୟ ବିଦ୍ୟାଳୟର ୬ଷ୍ଠ ଶ୍ରେଣୀର ଛାତ୍ରୀ ଥିଲେ । କିଛି ମାସ ତଳେ ତାଙ୍କ ମୁଣ୍ଡରେ ଉକୁଣୀ ହୋଇଥିଲା। ଏହିପାଇଁ ଅନେକ ପ୍ରତିକାର କରାଯାଇଥିଲା | ମାତ୍ର ଉକୁଣୀ କମିନଥିଲା ।ଏହାପରେ, ମା ସତ୍ୟଭାମା ସାହୁ ବାଧ୍ୟ ହୋଇ ଝିଅକୁ ଲଣ୍ଡା ହେବାକୁ କହିଥିଲେ। କିନ୍ତୁ ଲକ୍ଷ୍ମୀପ୍ରିୟା ରାଜି ହୋଇନଥିଲେ। ଏହାମଧ୍ୟରେ ଭିତରେ ଉକୁଣୀଗୁଡ଼ିକ ଖପୁରୀକୁ ଆକ୍ରାନ୍ତ କରିଥିଲେ । ସମୟ କ୍ରମେ ଧୀରେ ଧୀରେ ମୁଣ୍ଡ ଗନ୍ଧ ହେବାରୁ ଲକ୍ଷ୍ମୀପ୍ରିୟା ବାହାରକୁ ବାହାରିବା ମଧ୍ୟ ବନ୍ଦ କରି ଦେଇଥିଲେ । ମୁଣ୍ଡରେ ଚୁଟି ରହୁଥିବାରୁ ପରିବାର ଲୋକ ଏ ବିଷୟରେ କିଛି ଜାଣି ପାରିନଥିଲେ । ଗତ ୩ ଦିନ ତଳେ ହଠାତ୍ ତାଙ୍କର ସ୍ଵାସ୍ଥବସ୍ଥା ବିଗିଡ଼ିଥିଲା | ଯାହାଫଳରେ ଝିଅ ଲକ୍ଷ୍ମୀପ୍ରିୟାଙ୍କର ରକ୍ତବାନ୍ତି ହୋଇଥିଲା । ପରେ ପରିବାର ଲୋକେ ଲକ୍ଷ୍ମୀପ୍ରିୟାକୁ ପୁରୀ ମେଡିକାଲକୁ ନେଇଥିଲେ। ଏବଂ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ରାତିରେ ଲକ୍ଷ୍ମୀପ୍ରିୟାଙ୍କ ମୃତ୍ୟୁ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ