ରାଜଧାନୀରେ ଜଘନ୍ୟ ହତ୍ୟାକାଣ୍ଡ!
ଭୁବନେଶ୍ୱର,୯।୨ : ରାଜଧାନୀ, ଭୁବନେଶ୍ୱରରେ ଚାଞ୍ଚଲ୍ୟକର ଘଟଣା | ଚନ୍ଦ୍ରଶେଖରପୁର ଅଞ୍ଚଳରେ ଜଘନ୍ୟ ହତ୍ୟାକାଣ୍ଡ । ହତ୍ୟାକାଣ୍ଡର କାରଣ ଏବେ ସୁଦ୍ଧା ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ,ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ର ତଦନ୍ତ ଆରମ୍ଭ ।
ସୂଚନା ଅନୁଯାୟୀ, ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରେ ମୃତ ଯୁବକ ଜଣଙ୍କ ଏକ ଘର ଭଡ଼ା ନେଇ ସେଠାରେ ରହୁଥିଲେ । ଆଜି ସକାଳୁ ଉକ୍ତ ଯୁବକଙ୍କ ମୃତଦେହ ମିଳିଛି । ତେଣୁ ତାଙ୍କୁ ରାତିରେ କେହି ହତ୍ୟା କରିଥିବା ସନ୍ଦେହ କରାଯାଉଛି । କିନ୍ତୁ କିଏ ଏବଂ କାହିଁକି ହତ୍ୟା କରିଛି । ସେ ବାବଦରେ କୌଣସି କାରଣ ସ୍ପଷ୍ଟ ଜଣାପଡିନାହିଁ ।
ଅନ୍ୟପଟେ, ହତ୍ୟାକାଣ୍ଡ ବିଷୟରେ ଜାଣିବା ପରେ ସ୍ଥାନୀୟ ଲୋକେ ନିକଟରେ ଥିବା ପୋଲିସ ଥାନାକୁ ଖବର ଦେଇଥିଲେ । ସୂଚନା ପାଇ ସ୍ଥାନୀୟ ପୋଲିସ ଏବଂ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଏହି ହତ୍ୟାକାଣ୍ଡ ଘଟଣାରେ ଆହୁରି ଅଧିକ ତଥ୍ୟ ସଂଗ୍ରହ ପାଇଁ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ଦିଗରୁ ନିଜର ଛାନଭିନ ଜାରି ରଖିଛି |

