Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯୁବକଙ୍କ ତଣ୍ଟିକାଟି ହତ୍ୟା କରି ପ୍ରେମିକ ଫେରାର! ଥାନାରେ ଅଟକ ଅଛନ୍ତି ପ୍ରେମିକା

ଭୁବନେଶ୍ବର,୯|୨: ରାଜଧାନୀରେ ଚାଞ୍ଚଲ୍ୟକର ଘଟଣା ଘଟିଛି । ପ୍ରେମ ଦିବସ ପୂର୍ବରୁ ପ୍ରେମିକଙ୍କ ହତ୍ୟା ହୋଇଛି | ହତ୍ୟା ପଛରେ ରହିଛନ୍ତି ପ୍ରେମିକାଙ୍କ ଦ୍ଵିତୀୟ ପ୍ରେମିକ | ସୂଚନା ଅନୁସାରେ, ଯୁବତୀଜଣକ ଏକ ବିଉଟିପାର୍ଲର୍ କରିଛନ୍ତି। ତାଙ୍କର ଜଣେ ପ୍ରେମିକ ଅଛନ୍ତି। କିନ୍ତୁ ସୋସିଆଲ୍ ମିଡିଆ ଜରିଆରେ ଅନ୍ୟଜଣଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ ଯୁବତୀ। ତେବେ ଗତକାଲି ରାତିରେ ସୋସିଆଲ୍ ମିଡିଆ ବୟଫ୍ରେଣ୍ଡ ସତ୍ୟବ୍ରତ ପ୍ରଧାନ(୨୮) ଯୁବତୀଙ୍କ ପାଖକୁ ଆସିଥିଲେ ଆଉ ଏହି ସମୟରେ ଦେଖିଥିଲା ଆର ପ୍ରେମିକ ଦିନେଶ(ଦୀନବନ୍ଧୁ ନାୟକ)। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି |

ଏହି ଘଟଣାରେ ଉତ୍ତେଜିତ ହୋଇ ଦୀନବନ୍ଧୁ ଏକ ଛୁରୀରେ ସତ୍ୟବ୍ରତର ତଣ୍ଟିକୁ କାଟି ଦେଇଥିଲା। ଯାହା ଫଳରେ ଉକ୍ତ ଘଟଣାସ୍ଥଳରେ ସତ୍ୟବ୍ରତରଙ୍କର ମୃତ୍ୟୁ ହୋଇଥିଲା | ଯୁବତୀଜଣକ ଏହା ଦେଖିବା ପରେ ଚିତ୍କାର କରିଥିଲେ। ତାଙ୍କ ପାଟି ଶୁଣି ସ୍ଥାନୀୟ ଅଧିବାସୀ ଧାଇଁ ଆସିଥିଲେ। ତେବେ ଏହାପରେ ଅଭିଯୁକ୍ତ ଦୀନବନ୍ଧୁ ନାୟକ ଓରଫ ଦିନେଶ ଘଟଣାସ୍ଥଳରୁ ଫେରାର୍ ହୋଇ ଯାଇଥିଲା। ସୂଚନା ପାଇ ଚନ୍ଦ୍ରଶେଖରପୁର ପୁଲିସ୍ ସଂପୃକ୍ତ ଯୁବତୀଙ୍କୁ ଥାନାରେ ଅଟକ ରଖି ପୁରା ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ