Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜପାଲ ଯାଦବ ଜେଲ୍‌ରେ! ବଲିଉଡର ସୁପରଷ୍ଟାର ଚୁପ୍

ନୂଆଦିଲ୍ଲୀ,୧୧|୨: ବଲିଉଡ଼ ଅଭିନେତା ରାଜପାଲ ଯାଦବ ୯ କୋଟି ଟଙ୍କାର ଚେକ୍‌ ବାଉନ୍ସ ମାମଲାରେ କୋର୍ଟ ର ଆଦେଶ ପରେ ତିହାର ଜେଲ୍‌ରେ ସରେଣ୍ଡର କରିଥିଲେ । ୨୦୧୦ ମସିହାରେ ‘ଅତା ପତା ଲାପତା’ ଚଳଚ୍ଚିତ୍ର ପାଇଁ ସେ ୫ କୋଟି ଟଙ୍କା ଋଣ ନେଇଥିଲେ ଏବଂ ସୁଧ ସମେତ ମୂଳ ରାଶି ଫେରାଇବାକୁ ଚେକ୍‌ ଦେଇଥିଲେ, କିନ୍ତୁ ଫିଲ୍ମଟି ବକ୍ସଅଫିସ୍‌ରେ ବିଫଳ ହେବା ପରେ ଚେକ୍‌ ଟି ବାଉନ୍ସ ହୋଇଯାଇଥିଲା । ଏହି ମାମଲା କୋର୍ଟରେ ପହଞ୍ଚିବା ପରେ ତାଙ୍କୁ ଆତ୍ମସମର୍ପଣ କରିବାକୁ ପଡ଼ିଲା । ତେବେ ଏହି ଘଟଣାକୁ ନେଇ ବରିଷ୍ଠ ଅଭିନେତା ଗୋବିନ୍ଦ ନାମଦେବ ଏକ ପଡ୍‌କାଷ୍ଟରେ ମତ ପ୍ରକାଶ କରି କହିଛନ୍ତି ଯେ, ‘ ବଲିଉଡ଼ରେ କାହାରି ଦୁଃଖ ସମୟ ଆସିଲେ କେହି ମଧ୍ୟ ସେହି ସମୟରେ ଛିଡା ହୋଇନଥାନ୍ତି | “୯ କୋଟି ଟଙ୍କା ବଡ଼ ଅଭିନେତାଙ୍କ ପାଇଁ ବଡ଼ ରାଶି ନୁହେଁ, କିନ୍ତୁ ସାହାଯ୍ୟ କରିବାର ମନୋଭାବର ଅଭାବ ରହିଛି ।” ‘ରାଜପାଲଙ୍କ ସହ ନିଜ ସମ୍ପର୍କକୁ ମନେ ପକାଇ ସେ କହିଛନ୍ତି ଯେ ରାଜପାଲ ଏକ ସରଳ ଓ ଭଲ ମଣିଷ | ଅଜାଣତରେ ଏହି ପରିସ୍ଥିତିରେ ପଡ଼ିଗଲେ ।

ଅନ୍ୟପଟେ, ରାଜପାଲ ଯାଦବ ମଧ୍ୟ ଏକ ସାକ୍ଷାତକାରରେ କହିଥିଲେ ଯେ, ସେ ଏହି ସମସ୍ୟାକୁ ଏକା ସାମ୍ନା କରୁଛନ୍ତି ଏବଂ ତାଙ୍କ ପାଖରେ ଅର୍ଥର ଅଭାବ ରହିଛି । ବର୍ତ୍ତମାନ ସ୍ଥିତି ଅନୁସାରେ, କୋର୍ଟର ଆଦେଶ ପରେ ସେ ଆଇନୁକ୍ତ ପ୍ରକ୍ରିୟାକୁ ମାନି ଜେଲ୍‌ରେ ସରେଣ୍ଡର କରିଛନ୍ତି ଏବଂ ଏହି ମାମଲା ସମ୍ବନ୍ଧିତ ଆଇନ କାର୍ଯ୍ୟ ଜାରି ରହିଛି | ଏବେ ଏହି ଘଟଣାଟି ବଲିଉଡ଼ର ଚମକ ପଛରେ ଥିବା କଠିନ ସତ୍ୟକୁ ଉଜାଗର କରିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ