Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନିୟନ୍ତ୍ରଣ ହରାଇ ଘାଟି ତଳକୁ ଖସିଲା ବସ୍‌! ୧୦ ଗୁରୁତର

ଓଡିଶା,୧୧|୨: ଘାଟି ତଳକୁ ବସ୍‌ ଖସି ୧୦ ଜଣ ଗୁରୁତର। ବୌଦ୍ଧ ଜିଲ୍ଲା ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ଆଡ଼େଣିଗଡ଼ ଫାଣ୍ଡି ନିକଟସ୍ଥ ଝିଲମିଲ ଘାଟିରେ ମଙ୍ଗଳବାର ରାତିରେ ଏକ ଯାତ୍ରୀବାହୀ ବସ ଦୁର୍ଘଟଣାର ସମ୍ମୁଖୀନ ହୋଇଛି | ଭାରସାମ୍ୟ ହରାଇବା କାରଣରୁ ବସ୍ ଟି ଘାଟି ତଳକୁ ଖସିପଡିଛି। ଏହି ଦୁର୍ଘଟଣାରେ ୧୦ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ମିଳିଛି । ଗତକାଲି ରାତିରେ ଜେମା ନାମକ ଘରୋଇ ବସଟି ବଲାଙ୍ଗୀରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଘାଟିରେ ଗାଡିର ବ୍ରେକ ଫେଲ ହୋଇଯିବ କାରଣରୁ ବସ୍ ଟି ନିୟନ୍ତ୍ରଣ ହରାଇ ଦୁର୍ଘଟଣାଗ୍ରର ସମ୍ମୁଖୀନ ହୋଇଥିଲା। ସୂଚନା ପାଇ ଆଡେଣିଗଡ଼ ଫାଣ୍ଡି ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories