Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

“ଗଣତାନ୍ତ୍ରିକ ରାଷ୍ଟ୍ରରେ ଜନତା ହିଁ ସବୁକିଛି! ଯାହାକୁ ବାଛିବେ ଆବଶ୍ୟକ ପଡିଲେ ତାକୁ କାଢି ମଧ୍ୟ ପାରିବେ”: ରାଘବ ଚଡ୍ଡା

ଭାରତ ଏକ ଗଣତାନ୍ତ୍ରୀକ ରାଷ୍ଟ୍ର | ଏଇଠି ଜନତା ହିଁ ମୁଖ୍ୟ | ଜନତା ଚାହିଁଲେ ପଦବୀରେ ବସେଇପରିବେ ଆବଶ୍ୟକ ସ୍ଥଳେ ପଦରୁ ରୁ କାଢି ମଧ୍ୟ ପାରିବେ | ଗୋଟିଏ ପଟେ ଗଣତାନ୍ତ୍ରିକ ରାସ୍ତାରେ ଜନତା ହିଁ ସର୍ବେ ସର୍ବା କହୁଥିଲା ବେଳେ ଅନ୍ୟପଟେ ଜନତାଙ୍କ ଶକ୍ତି କେବଳ ଭୋଟ ପର୍ଯ୍ୟନ୍ତ ସୀମିତ ରହିଛି | ଏହି କଥାକୁ କେନ୍ଦ୍ର କରି ଆମ୍ ଆଦ୍ମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଡ୍ଡା ନିଜ ସୋସିଆଲ ମିଡିଆ X ରେ ଏକ ପୋଷ୍ଟ କରିଛନ୍ତି | ଯେଉଁଥିରେ ସେ ଲେଖିଛନ୍ତି, “Voters have the right to vote someone into office and they should have the right to vote them out of office too.” ଅର୍ଥାତ୍ ଭୋଟରମାନେ ଯେପରିକି କାହାକୁ ଶାସନ କ୍ଷମତାରେ ଆଣିବାର ଅଧିକାର ରଖନ୍ତି, ସେପରି ସେମାନଙ୍କୁ ଶାସନ କ୍ଷମତାରୁ ବଦଳାଇବାର ମଧ୍ୟ ସମାନ ଅଧିକାର ମିଳିବା ଉଚିତ । କେବଳ ସୋସିଆଲ ମିଡିଆରେ ନୁହେଁ ବରଂ ପାର୍ଲାମେଣ୍ଟରେ ମଧ୍ୟ ଏହି ପ୍ରସଙ୍ଗକୁ ଉଠାଇଛନ୍ତି । ସେ ଆହୁରି କହିଛନ୍ତି, ଯଦି ଆମେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଏବଂ ବିଚାରପତିମାନଙ୍କ ବିରୁଦ୍ଧରେ ଅଭିଯୋଗ କରିପାରିବା ଏବଂ ମଧ୍ୟବର୍ତ୍ତୀକାଳୀନ କାର୍ଯ୍ୟକାଳରେ ଏକ ନିର୍ବାଚିତ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିପାରିବା, ତେବେ ଭୋଟରମାନଙ୍କୁ କାହିଁକି ପାଞ୍ଚ ବର୍ଷ ପାଇଁ ଜଣେ ଅକର୍ମଣ୍ୟ ସାଂସଦ କିମ୍ବା ବିଧାୟକଙ୍କୁ ସହ୍ୟ କରିବାକୁ ବାଧ୍ୟ କରାଯିବ? ପାଞ୍ଚ ବର୍ଷ ବହୁତ ଲମ୍ବା। ଯଦି ଭୋଟରମାନଙ୍କର କାହାକୁ ପଦରେ ବସିବା ପାଇଁ ଭୋଟ ଦେବାର ଅଧିକାର ଅଛି ଏବଂ ସେମାନଙ୍କୁ ମଧ୍ୟ ପଦରୁ ବାହାର କରିବାର ଅଧିକାର ରହିବା ଉଚିତ |

ତେବେ ରାଘବ ଚଡ୍ଡାଙ୍କ ଏହି ମତାମତକୁ ନେଇ ଜାତୀୟ ରାଜନୀତିରେ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜନୈତିକ ପରିସରରେ ଏହି ବକ୍ତବ୍ୟକୁ କେହି ଲୋକତନ୍ତ୍ରର ପୁନଃସ୍ମରଣ ବୋଲି ଦେଖୁଥିବା ବେଳେ, ଅନ୍ୟମାନେ ଏହାକୁ ନିର୍ବାଚନୀ କୌଶଳର ଅଂଶ ବୋଲି ବ୍ୟାଖ୍ୟା କରୁଛନ୍ତି । ଯଦି ‘Right to Recall’ ଭଳି ବ୍ୟବସ୍ଥା ଭାରତରେ ଲାଗୁ ହୁଏ ତେବେ କଣ ନେତା ମାନେ ତାଙ୍କ ପଦର ସଦୁପଯୋଗ କରିବେ କି? ଏହା ଆଗାମୀ ସମୟରେ ଜଣା ପଡିବ |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories