Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୩ ମାସରେ ଶେଷ ହେବ ରତ୍ନ ଭଣ୍ଡାରର ଗଣତି ମଣତି; ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

କଟକ,୧୨|୨: ରତ୍ନଭଣ୍ଡାର ଗଣତି ମଣତି ପ୍ରସଙ୍ଗରେ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ | ଆସନ୍ତା ୩ ମାସ ସୁଦ୍ଧା ଗଣତି ମଣତି କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ରତ୍ନଭଣ୍ଡାର ଚାବି ହଜିବା ପ୍ରସଙ୍ଗ ରିପୋର୍ଟ ଉପରେ ମଧ୍ୟ ହାଇକୋର୍ଟ ଆଜି ଗୁରୁତ୍ଵପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆସନ୍ତା ବିଧାନସଭା ଅଧିବେଶନରେ ଏହାର ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଜଷ୍ଟିସ ରଘୁବୀର ଦାସ କମିଶନଙ୍କ ରିପୋର୍ଟ ଉପସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ରତ୍ନ ଭଣ୍ଡାର ଚାବି ହଜିବା ପ୍ରସଙ୍ଗ ନେଇ ତାହାର ତଦନ୍ତ ପାଇଁ ଏକ କମିଶନ ଗଠନ କରାଯାଇଥିଲା । ପରବର୍ତ୍ତୀ ସମୟରେ ରତ୍ନଭଣ୍ଡାରରେ ପାଣି ଜମିବା ପ୍ରସଙ୍ଗ ମଧ୍ୟ ଉଠିଥିଲା । ତେବେ ଏହି ପ୍ରସଙ୍ଗରେ ହାଇକୋର୍ଟ ବହୁ ବାର ନିର୍ଦ୍ଦେଶ ଦେଇଥିଲେ । ଏନେଇ ଏଏସଆଇ ପକ୍ଷରୁ ରତ୍ନଭଣ୍ଡାର ମରାମତି କାର୍ଯ୍ୟ ମଧ୍ୟ କରାଯାଇଥିଲା । ଏବେ ଏହି କାର୍ଯ୍ୟ ଶେଷ ହେବା ପରେ ଗଣତିମଣତି ଯଥାଶୀଘ୍ର ସାରିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ