Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରପଡ଼ା ନୀଳପଦ୍ମା ଆପାର୍ଟମେଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ, ୪ ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ବର,୧୩।୨: ଭୁବନେଶ୍ଵର ଝାରପଡ଼ା ସ୍ଥିତ ନୀଳପଦ୍ମା ଆପାର୍ଟମେଣ୍ଟରେ ନିଆଁ ଲାଗିଯାଇଛି । ଏଥିରେ ୪ ଜଣ ଆହତ ହୋଇଥିବାର ସୂଚନା ମିଳିଛି | ତେବେ ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଏସି ସର୍ଟ ସର୍କିଟ୍‌ରୁ କାରଣରୁ ଏ ନିଆଁ ଲାଗିଛି ବୋଲି ସନ୍ଦେହ କରାଯାଉଛି ।

ସୂଚନା ରହିଛି ଯେ, ଭୁବନେଶ୍ବର ନୀଳପଦ୍ମା ଆପାର୍ଟମେଣ୍ଟର ୨୦୩ ନମ୍ବର ଘରେ ଏକ ଦମ୍ପତି ରହୁଥିଲେ । ହଠାତ ସେହି ସମୟରେ ସେହି ଘରୁ ନିଆଁ ଲାଗି ପ୍ରବଳ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା । ସ୍ଥାନୀୟ ଲୋକ ଏହା ଦେଖି ସଙ୍ଗେ ସଙ୍ଗେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ସୂଚନା ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ତୁରନ୍ତ ନିଆଁକୁ ଆୟତ୍ତ ଆୟତ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ୪ ଜଣ ଆହତ ହୋଇଛନ୍ତି | ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହା ସହିତ ଆପାର୍ଟମେଣ୍ଟରୁ ଅନ୍ୟ ମାନଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ସୂଚନା ମିଳିଛି ।

ତେବେ ନୀଳପଦ୍ମା ଆପାର୍ଟମେଣ୍ଟରେ ଅଗ୍ନିଶମ ନିରାପତ୍ତା ବ୍ୟବସ୍ଥା ନଥିବା ମଧ୍ୟ ଜଣାପଡିଛି । ଏ ନେଇ ତଦନ୍ତ ହେବା ସହିତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଡିଏଫଓ ସତ୍ୟଜିତ ଦାସ ସୂଚନା ଦେଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories