Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକାଙ୍କୁ ହତ୍ୟା କରି ସୁଟକେଶରେ ଭର୍ତ୍ତି କରି ଫିଙ୍ଗିଦେଲେ! ଘଟଣାରେ ପ୍ରେମିକ ଗିରଫ

ଚଣ୍ଡିଗଡ଼,୧୪|୨: ପଞ୍ଜାବର ବଥିଣ୍ଡା ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି | ଜଣେ ଯୁବତୀଙ୍କୁ ନୃଶଂଶ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ଏହା ଏବେ ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି। ବଠିଣ୍ଡା ପୋଲିସ ପକ୍ଷରୁ ରାସ୍ତା କଡ଼ରେ ଏକ ସୁଟକେସ୍ ରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା | ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିଲା ବେଳେ ପୋଲିସ ଜୋରସୋରରେ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି |

ସୂଚନା ଅନୁସାରେ, ପୋଲିସ ପକ୍ଷରୁ ରୋଡ୍ ଚେକିଂ ପ୍ରକ୍ରିୟା ଚାଲିଥିଲା | ଏହି ସମୟରେ ବଥିଣ୍ଡା-ଗଙ୍ଗାନଗର ରାଜପଥର ପାର୍ଶ୍ୱରେ ପୋଲିସକୁ ଏହି ସୁଟକେଶଟି ମିଳିଥିଲା । ଯେଉଁଥିରେ ଏକ ଝିଅର ମୃତଦେହ ମିଳିଥିଲା। ଏହାପରେ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ପୋଲିସ ତଦନ୍ତରୁ ଜଣାପଡିଛିଯେ, ଝିଅଟିର ନାମ ହେଉଛି ମାଲିକା। ତାଙ୍କ ହାତରେ କାକୁ ନାମର ଟାଟୁ ଦେଖି ପୋଲିସ ହତ୍ୟାକାରୀକୁ ଚିହ୍ନଟ କରିବା ସହିତ ଗିରଫମଧ୍ୟ କରିଛି। ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ସଂଗ୍ରହ ପାଇଁ ଆହୁରି ତଦନ୍ତ ଜାରି ରହିଥିବା ଏସଏସପି ପକ୍ଷରୁ ସୂଚନା ମିଳିଛି। ସୂଚାନଯୋଗ୍ୟ ଯେ, ଝିଅଟି କିଛି ଦିନ ଧରି ଜଣେ ପୁରୁଷ ବନ୍ଧୁଙ୍କ ସହିତ ଲିଭ-ଇନ୍ ସମ୍ପର୍କରେ ରହିଥିଲେ ଏବଂ ସେହି ବ୍ୟକ୍ତିଟି ତାଙ୍କର ହତ୍ୟା କରିଥିବା ଜଣାପଡିଛି। ଏହାପରେ ପୋଲିସ ପକ୍ଷରୁ ସେହି ବ୍ୟକ୍ତିଙ୍କୁ ଗିରଫ କରାଯାଇ ପଚରାଉଚରା ଜାରି ରହିଥିବା ଜଣାପଡିଛି |

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories