Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଚାକିରି ଦେବା ନାଁରେ ଠକେଇ; ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ

ଭୁବନେଶ୍ୱର, ୧୪|୨: ଠକେଇ ମାମଲାରେ ବନ୍ଧାହେଲେ ମହିଳା ସ୍ବେଚ୍ଛାସେବୀ। ଚାକିରି ଦେବାକୁ କହି ଠକୁଥିଲେ ମହିଳା ଜଣକ | ଏହି ମାମଲାରେ ଅଭିଯୁକ୍ତ ମହିଳାଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ। ମହିଳା ଜଣକ ହେଉଛନ୍ତି  ସୁରେଶ୍ବରୀ ଜେନା ସେ ନିଜକୁ ଜଣେ ସ୍ବେଚ୍ଛାସେବୀ ବୋଲି ପରିଚୟ ଦେଉଥିଲେ । ଖଣ୍ଡଗିରି ଥାନା ପୋଲିସର ଏକ ଟିମ୍ କେନ୍ଦୁଝରରୁ ତାଙ୍କୁ ଗିରଫ କରିଛି।

ଚାକିରି ଦେବାକୁ କହି ଠକୁ ଥିଲେ ମହିଳା । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ତାଙ୍କ ନାମରେ ଅଭିଯୋଗ ହେବା ପରେ ହାଇକୋର୍ଟଙ୍କ ନିକଟରେ ଆଗୁଆ ଜାମିନ ଆବେଦନ କରିଥିଲେ ସୁରେଶ୍ବରୀ। ହାଇକୋର୍ଟଙ୍କ ପକ୍ଷରୁ ଜାମିନ ଅଗ୍ରାହ୍ୟ ପରେ ନିର୍ଦ୍ଦେଶ କ୍ରମେ ପୋଲିସ ସୁରେଶ୍ବରୀଙ୍କୁ ଗିରଫ କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories