ବଡ ସାଦେରାରେ ମାଗଣା ପରଳ ଚକ୍ଷୁ ଚିକିତ୍ସା ଶିବିର


ବେଲଗୁଣ୍ଠା, 26/05, ବେଲଗୁଣ୍ଠା ବ୍ଳକ୍ ବଡ଼ସାଦରା ଗ୍ରାମବାସୀ ଏବଂ ହିଞ୍ଜିଳିକାଟୁ ନିକଟସ୍ଥ ସମରଝୋଳ ସ୍ଥିତ ଶଙ୍କର ଚକ୍ଷୁ ଚିକିତ୍ସାଳୟ ମିଳିତ ଆନୁକୂଲ୍ୟରେ ଏକ ମାଗଣା ପରଳ ଚକ୍ଷୁ ପରୀକ୍ଷା ଶିବିର ବଡ଼ସାଦରା ଅଙ୍ଗନୱାଡ଼ି କେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି I ଉକ୍ତ ଶିବିରକୁ ଖଇରପୁଟି ଗ୍ରାମ ପଞ୍ଚାୟତ ପୁର୍ବତନ ସମିତିସଭ୍ୟ ପ୍ରଭାତ କୁମାର ସ୍ୱାଇଁ ଉଦ୍ଘାଟନ କରିଥିଲେ | ସମାଜସେବୀ ସନ୍ତୋଷ କୁମାର ବିଷୋୟୀ,ପ୍ରବୋଧ କୁମାର ବିଷୋୟୀ, କୈଳାଶ ଚନ୍ଦ୍ର ବେହେରା,ଶିବରାମ ଗୌଡ଼ଙ୍କ ସମେତ ପଞ୍ଚାୟତର ସମସ୍ତ କର୍ମଚାରୀ ଉପସ୍ଥିତ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ I ଶିବିରରେ ମୋଟ ୫୭ ଜଣ lଙ୍କର ସମସ୍ତ ପ୍ରକାର ଚକ୍ଷୁ ପରୀକ୍ଷା ନିଃଶୁଳ୍କ କରାଯାଇ ମୋଟ ୫୭ ଜଣଙ୍କର ଚକ୍ଷୁ ପରୀକ୍ଷା କରାଯାଇ ମୋଟ ଆଠ ଜଣଙ୍କୁ ଚଷମା ଦିଆଗଲା I ମୋଟ ୨୫ ଜଣଙ୍କୁ ପରଳ ବା ମୋତିଆବିନ୍ଦୁ ଚିହ୍ନଟ କରାଯାଇ ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅସ୍ତ୍ରୋପଚାର ନିମନ୍ତେ ଚୟନ କରାଯିବା ସହ ନଅ ଜଣଙ୍କର ରେଟିନା ଚେକ୍ଅପ୍ କରାଯାଇଥିଲା I ଶଙ୍କର ଚକ୍ଷୁ ଚିକିତ୍ସାଳୟ କର୍ମାଚରୀ ତଥା କ୍ୟାମ୍ପ ମ୍ୟାନେଜର ନଳିନୀ କାନ୍ତ ରାଉତ,ଚିଫ ଅପଟୋମେଟ୍ରିଷ୍ଟ ଭାଗ୍ୟଲତା ଗୌଡ଼,ଟେକ୍ନିସିଆନ ଦୀପିକା ରାଉତ,ଗାୟତ୍ରୀ ସେଠୀ ଓ ରଘୁନାଥ ପାଢି ଶିବିରକୁ ଚକ୍ଷୁ ରୋଗୀ ମାନଙ୍କର ଚକ୍ଷୁ କରିଥିଲେ I